ଓଡ଼ିଶା ପ୍ରଶିକ୍ଷକଙ୍କ ପାଇଁ ଆରିଓଙ୍କ କର୍ମଶାଳା

Advertisment
ଓଡ଼ିଶା ପ୍ରଶିକ୍ଷକଙ୍କ ପାଇଁ ଆରିଓଙ୍କ କର୍ମଶାଳା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆମନ୍ତ୍ରଣକ୍ରମେ ଓଡ଼ିଶା ଆସିଥିବା ଆମେରିକାର ନାଇଜେରିଆ ଜନ୍ମିତ ଦୌଡ଼କୁଦ ପ୍ରଶିକ୍ଷକ ତାଇଓ ଆରିଓ ବୁଧବାର ଏକ ନିଆରା କର୍ମଶାଳା କରିଥିଲେ। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି କର୍ମଶାଳାରେ ସେ ଓଡ଼ିଶାର କେତେକ ଆଗଧାଡ଼ିର ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣର ନୂତନ କଳା କୌଶଳ ଓ ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ୧୧ ଜଣ ପ୍ରଶିକ୍ଷଣ ଏଥିରେ ଅଂଶଗ୍ରହଣ କରିଥିଲେ। ଅଡିଓ ଭିଜୁଆଲ ପ୍ରେଜେଣ୍ଟେସନ୍‌ ଜରିଆରେ ନୂଆ ନୂଆ ଖେଳ ଅରମ୍ଭ କରୁଥିବା ପିଲାଙ୍କ ପାଇଁ କିଭଳି ସୂଚୀ ପ୍ରସ୍ତୁତ କରାଯାଏ। ଯୁବ ଏବଂ ପ୍ରତିଷ୍ଠିତ ଖେଳାଳିଙ୍କ ପାଇଁ ଥିବା ସୂଚୀରେ କି ପ୍ରଭେଦ ରହିଛି ସେ ବିଷୟରେ ଆରିଓ ବୁଝାଇଥିଲେ। ଆଘାତ ଜନିତ ସମସ୍ୟାକୁ ରୋକିବା ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ସେହିଭଳି ନିୟମିତ ବ୍ୟବଧାନରେ କ୍ରୀଡ଼ା ପ୍ରଶିକ୍ଷକଙ୍କ ବିକାଶ ଏବଂ ପ୍ରଶିକ୍ଷଣ ବେଶ୍‌ ଜୁରୁରି। ଉଚ୍ଚ ଗୁଣମାନର ପ୍ରଶିକ୍ଷଣ ଅଧିବେଶନ ଆୟୋଜନ ପାଇଁ ଏହା ଏକାନ୍ତ ଅପରିହାର୍ଯ୍ୟ ବୋଲି ସେ ଏହି ଅବସରରେ କହିଥିଲେ। ଆରିଓ ଜଣେ ଲେବୁଲ-୫ ସ୍ତରୀୟ ପ୍ରଶିକ୍ଷକ ହୋଇଥିଲା ବେଳେ ତାଙ୍କଠାରୁ ଅନେକ କିଛି ଶିଖିବାକୁ ମିଳିଲା ବୋଲି କର୍ମଶାଳା ପରେ ଓଡ଼ିଶା ପ୍ରଶିକ୍ଷକମାନେ ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe