ଭୁବନେଶ୍ୱର: ଆସନ୍ତା ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର କୋଏମ୍ବାଟୁର୍ରେ ଆୟୋଜିତ ହେବ ଜାତୀୟ ଶକ୍ତିଉତ୍ତୋଳନ (କନିଷ୍ଠ ଓ ମାଷ୍ଟର୍ସ) ପ୍ରତିଯୋଗିତା। ଏଥିରେ ଭାଗ ନେବା ପାଇଁ ଓଡ଼ିଶାର ୨୦ ଜଣିଆ (ଉଭୟ ପୁରୁଷ ଓ ମହିଳା) ଦଳ ଗୁରୁବାର କୋଏମ୍ବାଟୁର୍ ଯାତ୍ରା କରିଛି। ବସନ୍ତ ମାଲେକା, ସମ୍ଭୁନାଥ ମହାନ୍ତି, ବିଶ୍ୱଜିତ୍ ଜେନା, ପ୍ରକାଶ ବେହେରା, ପ୍ରିୟବ୍ରତ ବିଶୋଇ, ଅବିନାଶ ନାଏକ, ଶୁଭମ୍ ବବୁତା କନିଷ୍ଠ ବାଳକ ଦଳରେ ସାମିଲ ହୋଇଥିଲା ବେଳେ କନିଷ୍ଠ ବାଳିକା ଦଳରେ ସୀମାରାଣୀ ସିଂହ, ଭାରତୀ ପାତ୍ର, ରୂପାଲ ପଲେଇ, ଲକ୍ଷ୍ମୀମଣୀ ସିଂହ, ଦେବୀ ସିଂହ, ଧନମଣୀ ଟୁଡୁ, ପ୍ରିୟଦର୍ଶିନୀ ବିଶୋଇ, ମାଷ୍ଟର୍ସ ଦଳରେ ସୁଜିତ କୁମାର ଗିରି, ବସନ୍ତ ବିନ୍ଧାଣୀ, ରାଜେନ୍ଦ୍ର ପରିଡ଼ା ରହିଛନ୍ତି। ଗଙ୍ଗାଧର ବିଶୋଇ, ଚନ୍ଦ୍ରବଦନୀ ମହନ୍ତ ପ୍ରଶିକ୍ଷକ ଏବଂ ସତ୍ୟବ୍ରତ ବେହେରା ପ୍ରବନ୍ଧକ ଭାବେ ଦଳ ସହ ଯାତ୍ରା କରିଛନ୍ତି। ଓଡ଼ିଶା ଦଳକୁ ସଂଘର ସଭାପତି ସାଂସଦ କଲିକେଶ ନାରାୟଣ ସିଂଦେଓ, ଉପସଭାପତି ଡ. ହରିପ୍ରସାଦ ପଟ୍ଟନାୟକ, ସଂପାଦକ ଇଂ ଚିତ୍ତରଞ୍ଜନ ସ୍ୱାଇଁ, କୋଷାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଶା ଶକ୍ତିଉତ୍ତୋଳନ ଦଳର କୋଏମ୍ବାଟୁର୍ ଯାତ୍ରା
Advertisment
Follow Us