ଓଡ଼ିଶାରେ ହେବ ଜାତୀୟ ଟେନିସ୍ କ୍ରିକେଟ୍‌ ପ୍ରତିଯୋଗିତା

Advertisment
ଓଡ଼ିଶାରେ ହେବ ଜାତୀୟ ଟେନିସ୍ କ୍ରିକେଟ୍‌ ପ୍ରତିଯୋଗିତା

ଭୁବନେଶ୍ବର: ଓଡ଼ିଶାରେ ପୁଣି ଥରେ ଜାତୀୟ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତା ଅୟୋଜିତ ହେବ। ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ପଞ୍ଚମ ବରିଷ୍ଠ ଜାତୀୟ ଟେନିସ୍‌ କ୍ରିକେଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ୨୪ ରାଜ୍ୟରୁ ୩୨ ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବେ ବୋଲି ଟେନିସ୍ କ୍ରିକେଟ୍ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ଟିସିଏଆଇ)ର ସାଧାରଣ ସମ୍ପାଦକ‌ ଶୈବାଳ କୁମାର ମିତ୍ର (ରିଣ୍ଟୁ) ପ୍ରକାଶ କରିଛନ୍ତି। ଏଥିଲାଗି ବାସୁଦେବ ଓଝାଙ୍କୁ ପୁରୁଷ ବିଭାଗ ଏବଂ ରାଗିଣୀ ମିତ୍ରଙ୍କୁ ମହିଳା ବିଭାଗ ଆୟୋଜନ ସମିତି ସମ୍ପାଦକ ନିଯୁକ୍ତ କରାଯାଇଛି। ଓଡ଼ିଶା ଦଳ ଚୟନ ପୂର୍ବରୁ ଫେବ୍ରୁଆରି ୬ ଓ ୭ ତାରିଖରେ ନହରକଣ୍ଟାସ୍ଥିତ ଜୟଦେବ ବୈଷୟିକ ମହାବିଦ୍ୟାଳୟ ପଡିଆରେ ଓପନ୍ ଟ୍ରାଏଲ୍‌ ଅନୁଷ୍ଠିତ ହେବ।

ଏଥିରେ ରାଜ୍ୟର ପ୍ରତିଭାବାନ ଟେନିସ୍ କ୍ରିକେଟ୍ ଖେଳାଳି ଭାଗନେବାକୁ ଶ୍ରୀ ମିତ୍ର ଅନୁରୋଧ କରିଛନ୍ତି। ଆଗ୍ରହୀ ଖେଳାଳିମାନେ ୯୯୩୮୧୦୩୩୯୭ କିମ୍ବା ୯୪୩୭୯୧୧୯୦୧ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶା ଦଳ ଜାତୀୟ ବରିଷ୍ଠ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତାରେ ୩ ଥର ଉପବିଜେତା ହୋଇଥିବା ବେଳେ ଗତଥର ସେମିଫାଇନାଲରେ ହାରିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe