ଭୁବନେଶ୍ବର: ଚଳିତ ଆଇଏସ୍ଏଲ୍ରେ ଜଗରନଟ୍ସ ଭାବେ ପରିଚିତ ଭୁବନେଶ୍ବର ଭିତ୍ତିକ ଦଳ ଓଡ଼ିଶା ଏଫ୍ସି ଶୁକ୍ରବାର ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ହାଇଦ୍ରାବାଦ ଏଫ୍ସିକୁ ଭେଟିବ। ଓଡ଼ିଶା ଏଫ୍ସି ୨୪ ପଏଣ୍ଟ ସହ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଓଡ଼ିଶାଠୁ ୧୨ ପଏଣ୍ଟ ଆଗରେ ଥିବା ହାଇଦ୍ରାବାଦ ଆଗୁଆ ପ୍ଲେ ଅଫ୍ରେ ସ୍ଥାନ ପକ୍କା କରିସାରିଛି। ହାଇଦ୍ରାବାଦ ବିପକ୍ଷରେ ଓଡ଼ିଶା ୭ ଆଇଏସ୍ଏଲ୍ ମ୍ୟାଚ୍ ଖେଳିଥିଲା ବେଳେ ୨ ଥର ଜିତିଛି। ଥରେ ଅମୀମାଂସିତ ରଖିଥିଲା ବେଳେ ୪ ମ୍ୟାଚ୍ ହାରିଛି। ହାଇଦ୍ରାବାଦ ବିପକ୍ଷରେ ହାଇଦ୍ରାବାଦରେ ଖେଳିଥିବା ଚଳିତ ସଂସ୍କରଣର ମ୍ୟାଚ୍ରେ ଓଡ଼ିଶା କଡ଼ା ସଂଘର୍ଷ କରି ୦-୧ରେ ପରାସ୍ତ ହୋଇଥିଲା। ଏହି ପରାଜୟର ପ୍ରତିଶୋଧ ଘରୋଇ ପଡ଼ିଆରେ ନେବା ସହ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିବା ଲକ୍ଷ୍ୟ ନେଇ ଖେଳିବ ଜଗରନଟ୍ସ।
ଆଜି କଳିଙ୍ଗରେ ହାଇଦ୍ରାବାଦ ଏଫ୍ସିକୁ ଭେଟିବ ଓଡ଼ିଶା
Advertisment
Follow Us