ଓଡ଼ିଶାକୁ ୧୩ ସ୍ବର୍ଣ୍ଣ ସହ ୩୫ ପଦକ, ଏମ୍‌କେ ଅନ୍ତର୍ଜାତୀୟ ଟାଏକୋଣ୍ଡୋ

Advertisment
ଓଡ଼ିଶାକୁ ୧୩ ସ୍ବର୍ଣ୍ଣ ସହ ୩୫ ପଦକ, ଏମ୍‌କେ ଅନ୍ତର୍ଜାତୀୟ ଟାଏକୋଣ୍ଡୋ

ଭୁବନେଶ୍ବର: ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ରବିବାର ଶେଷ ‌ହୋଇଥିବା ଏମ୍‌କେ ଅନ୍ତର୍ଜାତୀୟ ତାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ୧୩ ସ୍ବର୍ଣ୍ଣ ସହ ମୋଟ ୩୫ ପଦକ ଜିତିଛନ୍ତି। ସେଥିମଧ୍ୟରେ ୧୨ ରୌପ୍ୟ ଓ ୧୦ କାଂସ୍ୟ ପଦକ ମଧ୍ୟ ରହିଛି। ଶନିବାର ଦ୍ବିତୀୟ ଦିବସ ସୁଦ୍ଧା ଓଡ଼ିଶାକୁ ୧୬ ପଦକ ମିଳିଥିଲା। ଶେଷ ଦିନରେ ଓଡ଼ିଆ ଖେଳାଳିମାନେ ଆଉ ୧୯ ପଦକ ଜିତି ନେଇଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାର ୪୭ ଜଣ ଖେଳାଳି ଅଂଶଗ୍ରହଣ କରୁଥିଲେ। ସେଥିମଧ୍ୟରେ ୩୪ ବାଳକ ଏବଂ ୧୩ ବାଳିକା ଥିଲେ। ପ୍ରତିଯୋଗିତାରେ ୧୨ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରୁଥିଲେ। ଦଳର ପ୍ରଦର୍ଶନ ‌ନେଇ ରାଜ୍ୟ ଟାଏକୋଣ୍ଡୋ ସଂଘର ସଂପାଦକ ସନ୍ତୋଷ କୁମାର ମହାନ୍ତି ଏବଂ ବୈଷୟିକ ନିର୍ଦେଶକ ଜୟକୃଷ୍ଣ ପରିଡ଼ା ସନ୍ତୋଷ ଜାହିର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe