ଜାତୀୟ କରାଟେ: ଓଡ଼ିଶାକୁ ୬ ପଦକ

ଜାତୀୟ କରାଟେ: ଓଡ଼ିଶାକୁ ୬ ପଦକ

ଭୁବନେଶ୍ବର: ଆସାମରେ ଆୟୋଜିତ ଜାତୀୟ କନିଷ୍ଠ, କ୍ୟା‌ଡେଟ୍‌ ଓ ୨୧ ବର୍ଷରୁ କମ୍‌ ବାଳକ ଓ ବାଳିକା ପ୍ରତିଯୋଗିତାରେ ଓଡ଼ିଶାକୁ ମୋଟ ୬ ପଦକ ମିଳିଛି। ସେଥିରେ ୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୩ କାଂସ୍ୟ ରହିଛି। ୨୧ ବର୍ଷରୁ କମ୍‌ ବାଳିକା ଫାଇଟ୍‌ରେ (୬୮ କିଗ୍ରାରୁ କମ୍‌) ପାୟଲ ବରାଳ ସ୍ବର୍ଣ୍ଣ ଜିତିଥିଲେ। ସରଣ୍ୟା ରାଏ, ତେଜସ୍ବୀ ମହାପାତ୍ର ଓ ଆଦ୍ୟଶା ସାମନ୍ତରାଙ୍କୁ ନେଇ ଗଠିତ ବାଳିକା ଦଳ ଏବଂ ୨୧ ବର୍ଷରୁ କମ୍‌ ବାଳିକା ଫାଇଟ୍‌ରେ ଚିରସ୍ମିତା ଭଞ୍ଜଦେଓ (୬୮ କେଜିରୁ ଅଧିକ) ରୌପ୍ୟ ପଦକ ପାଇଥିଲେ। ପ୍ରଜ୍ବଲ୍‌ ଭୋଇ, କମଳଲୋଚନ ସାହୁ, ବିଶ୍ବଜିତ ସାମଲଙ୍କୁ ନେଇ ଗଠିତ ପୁରୁଷ ଦଳ, ରୀତେଶ ରାଏ ଏବଂ ରୋହିତ ପାତ୍ର ବାଳକ ଫାଇଟ୍‌ରେ କାଂସ୍ୟ ପଦକ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe