ବ୍ରହ୍ମପୁର: କୋଲକାତାରେ ଅନୁଷ୍ଠିତ ଜାତୀୟ ପୂର୍ବାଞ୍ଚଳ ବାସ୍କେଟବଲ୍ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଦଳ ବିଜେତା ହୋଇଛି। ଫାଇନାଲରେ ଆୟୋଜକ ପଶ୍ଚିମବଙ୍ଗକୁ ୭୫-୫୮ପଏଣ୍ଟରେ ପରାସ୍ତ କରି ରାଜ୍ୟଦଳ ଏହି ଅନନ୍ୟ ସଫଳତା ହାସଲ କରିଛି। ଗତ ମାସ ୨୮ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୬ଟି ରାଜ୍ୟ ଅଂଶ ଗ୍ରହଣ କରିଥିଲେ। ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ୬୩-୫୨ପଏଣ୍ଟରେ ମିଜୋରମ୍କୁ ଏବଂ ଦ୍ବିତୀୟରେ ୬୫-୨୨ପଏଣ୍ଟରେ ସିକିମ୍କୁ ପରାସ୍ତ କରିଥିଲା। ସେମିଫାଇନାଲରେ ଆସାମ୍କୁ ୭୯-୨୪ ପଏଣ୍ଟରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଥିଲା। ପ୍ରଶିକ୍ଷକ ତଥା ବରିଷ୍ଠ ବାସ୍କେଟବଲ୍ ଖେଲାଳି ଜେ.କାମେଶ୍ବର ରାଓ ଏବଂ ପ୍ରବନ୍ଧକ ଭାବେ ସୁକାନ୍ତ ବେହେରାଙ୍କ ମାର୍ଗଦର୍ଶନରେ ଓଡ଼ିଶାର ୧୨ଜଣିଆ ଦଳ ବିଜେତା ଆଖ୍ୟା ଅର୍ଜନ କରିଥିଲା।
ପୂର୍ବାଞ୍ଚଳ ବାସ୍କେଟବଲ୍ରେ ଓଡ଼ିଶା ବିଜେତା
Advertisment
Follow Us