ଭୁବନେଶ୍ବର: ପଞ୍ଜାବରେ ଆୟୋଜିତ ଏକାଦଶ ଜାତୀୟ ଭୋବିନାମ ମାର୍ସାଲ ଆର୍ଟ ପ୍ରତିଯୋଗିତାରେ ଓଡ଼ିଶାକୁ ୧୧ ପଦକ ମିଳିଛି। ଜଗନ୍ନାଥ ଓଝା, ସାଇ ସତ୍ୟମ ସେଠୀ, ଦୀପକ କୁମାର ସେଠୀ, ଚିତ୍ତରଂଜନ ପ୍ରଧାନ, ଶ୍ରୀଲିପ୍ତା ଆଚାର୍ଯ୍ୟ, ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ପଦକ ଜିତିଥିଲେ। ପ୍ରଶିକ୍ଷକ ଦୀପ୍ତିରଂଜନ ମହାପାତ୍ରଙ୍କ ନେତୃତ୍ବରେ ଏହି ଦଳ ପଞ୍ଜାବ ଗସ୍ତ କରିଥିଲା। ଏହି ପ୍ରତିଯୋଗିତାରେ ୬୦୦ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ଦଳର ସଫଳତା ଲାଗି ଓଡ଼ିଶା ଭୋବିନାମ ସଂଘର ସଭାପତି ବିମଳ ନନ୍ଦନ ମହାପାତ୍ର, ସଂଗଠନ ସମ୍ପାଦକ ପଞ୍ଚୁ ମହାରଣା, ଯୁଗ୍ମ ସମ୍ପାଦକ ଶୁଭ ନାରାୟଣ ଦାଶ, ସହସମ୍ପାଦକ ସନ୍ତୋଷ କୁମାର ସେଠୀ ରାଜା ନାଏକ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଜାତୀୟ ଭୋବିନାମ ମାର୍ସାଲ ଆର୍ଟରେ ଓଡ଼ିଶାକୁ ୧୧ ପଦକ
Advertisment
Follow Us