ଭୁବନେଶ୍ୱର: ହରିଆଣାର ହିସାରଠାରେ ଚାଲିଥିବା ୩୪ତମ ଜାତୀୟ କନିଷ୍ଠ ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଓଡ଼ିଶାର କ୍ୱାର୍ଟର ଫାଇନାଲ୍ ପ୍ରବେଶ ଆଶା ଉଜ୍ଜ୍ୱଳ ରହିଛି। ଗ୍ରୁପ୍ ‘ଏ’ରେ ସ୍ଥାନ ପାଇଥିବା ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ରେ ଗତଥରର ବିଜେତା ଦିଲ୍ଲୀଠାରୁ ୧୮-୨୧ରେ ହାରି ଯାଇଥିଲା। ହେଲେ ତ୍ରିପୁରା ବିପକ୍ଷ ଦ୍ୱିତୀୟ ମୁକାବିଲାକୁ ୨୧-୯ରେ ଜିତି ସଫଳ ପ୍ରତ୍ୟାବର୍ତନ କରିଥିଲା। ସେହିଭଳି ପଶ୍ଚିମବଙ୍ଗ ବିପକ୍ଷ ତୃତୀୟ ମୁକାବିଲାକୁ ୨୩-୧୧ରେ ଜିତି ନେଇଥିଲା। ଚତୁର୍ଥରେ ସାଇଠାରୁ ୨୨-୩୧ରେ ପରାଜିତ ହୋଇଥିଲେ ମଧ୍ୟ ବୁଧବାର ଖେଳାଯାଇଥିବା ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍କୁ ୧୮-୧୫ରେ ଜିତି ତୃତୀୟ ବିଜୟ ହାସଲ କରିଥିଲା। ଏଥିସହିତ ଓଡ଼ିଶା ନିଜ ଗ୍ରୁପର ତୃତୀୟ ସ୍ଥାନରେ ରହିଛି। ତେବେ ଦିଲ୍ଲୀ ଦଳ ବିପକ୍ଷରେ ବୟସ ଜାଲିଆତି ଅଭିଯୋଗ ଆସିଥିବାରୁ ରାଜ୍ୟ ଦଳର କ୍ୱାର୍ଟର ଫାଇନାଲ୍ ପ୍ରବେଶ ଆଶା ଅତୁଟ ରହିଛି। ଦିଲ୍ଲୀ ଦଳରେ ଦୁଇ ଜଣ ଖେଳାଳି ବୟସ ଜାଲିଆତି କରି ଖେଳୁଥିବା ଜଣା ପଡ଼ିଛି। ଏଥିନେଇ ତିନିଟି ଦଳ ଆୟୋଜକଙ୍କ ନିକଟରେ ଅନୁଷ୍ଠାନିକ ଅଭିଯୋଗ କରିଛନ୍ତି। ଯାହାର ଫୈସଲା ଗୁରୁବାର ସକାଳ ସୁଦ୍ଧା ହେବାର ଅଛି।
ଜାତୀୟ ଉପ କନିଷ୍ଠ ହ୍ୟାଣ୍ଡବଲ୍
Advertisment
Follow Us