ଆସନ୍ତା ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ପୁନେରେ ଆରମ୍ଭ ହେବାକୁ ଥିବା ଖେଲୋ ଇଣ୍ତିଆ କ୍ରୀଡ଼ା ଅନ୍ତର୍ଗତ ଖୋଖୋ ପ୍ରତିଯୋଗିତା ପାଇଁ ଓଡ଼ିଶା ମହିଳା ଦଳର ଘୋଷଣା ହୋଇଛି। ସସ୍ମିତା ନାଥଶର୍ମା, ମଧୁସ୍ମିତା ଓଝା, ଶାବିଲା ଖାତୁନ୍, ପୁଷ୍ପା ମାରାଣ୍ତି, ସବନମ୍ ଖାତୁନ୍, ରଶ୍ମିତା ଖଟୋଇ, ଆଶା ମାରାଣ୍ତି, ଡାଙ୍ଗି ମୁର୍ମୁ, ଡାଳିମ୍ବ ମାଝୀ, ପ୍ରତିମା କୁମ୍ଭାର, ରୂପେଲି ସୂତାର, ରଶ୍ମିତା ଭୋଇ ଦଳରେ ସ୍ଥାନ ପାଇଛନ୍ତି। ମଳୟ ର˚ଜନ ବେହେରା (ପ୍ରଶିକ୍ଷକ), ସାଗରିକା ପ୍ରଧାନ (ପ୍ରବନ୍ଧକ) ଏବଂ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର (ବୈଷୟିକ ଅଧିକାରୀ) ମନୋନୀତ ହୋଇଛନ୍ତି।
ଓଡ଼ିଶା ମହିଳା ଖୋଖୋ ଦଳ
Advertisment
Follow Us