ଭୁବନେଶ୍ବର: ଚଳିତ ମାସ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ନାଗରକୋଏଲ୍ସ୍ଥିତ ନୁରୁଲ ଇସ୍ଲାମ ବିଶ୍ବବିଦ୍ୟାଳୟରେ ଆୟୋଜିତ ହୋଇଯାଇଥିବା ୨୧ତମ ଜାତୀୟ ଉପକନିଷ୍ଠ ଊଷୁ ପ୍ରତିଯୋଗିତାରେ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ୯ ପଦକ ଅମଳ କରିଛି। ସେଥିରେ ଗୋଟିଏ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୩ କାଂସ୍ୟ ସାମିଲ ରହିଛି। ଓଡ଼ିଶା ପାଇଁ ଏକମାତ୍ର ସ୍ବର୍ଣ୍ଣ ପଦକ ସ୍ବେତାରାଣୀ ମହନ୍ତ (ବାଳିକା ୩୬ କେଜି) ଜିତିଥିଲା ବେଳେ ବାଳକମାନେ ସମସ୍ତ ୫ ରୌପ୍ୟ ହାସଲ କରିଛନ୍ତି। ଗାର୍ଡି ମୁଣ୍ଡା (୨୪ କେଜି), ଅକିଲ ମୁଣ୍ଡା (୨୮ କେଜି), ମଦନ ମୁଣ୍ଡା (୩୨ କେଜି), ରମେଶ ମୁଣ୍ଡା (୩୬ କେଜି) ଏବଂ ବିଷ୍ଣୁ ମୁଣ୍ଡା (୩୯ କେଜି) ଏହିସବୁ ରୌପ୍ୟ ଜିତିଥିଲା ବେଳେ ବାଳିକାରେ ସବିତା ମୁଣ୍ଡା (୩୯ କେଜି), ବଂଶିକା ପତି (ପାରମ୍ପରିକ ଅସ୍ତ୍ରଶସ୍ତ୍ର), ଦିବ୍ୟାଂଶି ବିଶ୍ବଜିତ (ଦାଓଶୁ) କାଂସ୍ୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ୨୫ ଜଣିଆ (୨୧ ଖେଳାଳି, ୪ ଅଧିକାରୀ) ଓଡ଼ିଶା ଦଳ ଅଂଶଗ୍ରହଣ କରିଥିଲା। ପ୍ରଦ୍ୟୁମ୍ନ ବେହେରା ମୁଖ୍ୟ ବିଚାରକ ଦାୟିତ୍ବ ତୁଲାଇଥିଲା ବେଳେ ପଙ୍କଜ ମହନ୍ତ ଓ ଉଦୟନାଥ ରାଉତ ପ୍ରଶିକ୍ଷକ ଏବଂ ସୁଷମା ମହନ୍ତ ପ୍ରବନ୍ଧକ ଭାବେ ଦଳ ସହ ଯାଇଥିଲେ। ଏପ୍ରିଲ ୧ ତାରିଖ ଦିନ ଦଳ ଓଡ଼ିଶା ଫେରିବ। ଦଳର ସଫଳତା ପାଇଁ ଓଡ଼ିଶା ଊଷୁ ସଂଘର ସଭାପତି ଇଂ ଏସ୍ଏସ୍ ହରିଚନ୍ଦନ, ସାଧାରଣ ସଂପାଦକ ପ୍ରଦ୍ୟୁମ୍ନ ବେହେରା, ଏଓକେଏର ସଂପାଦକ ବିଭୂତି ଭୂଷଣ ବେହେରା ଶୁଭେଚ୍ଛା ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us