Cricket: ୧୫ବର୍ଷରୁ କମ୍‌ ଜାତୀୟ ବାଳିକା ଦିନିକିଆ: ଓଡ଼ିଶା ୭ ୱିକେଟ୍‌ରେ ଜମ୍ମୁ କାଶ୍ମୀରକୁ ହରାଇଲା

Advertisment

ନାଗପୁରର ଭିସିଏ ଷ୍ଟାଡିୟମ୍‌ରେ ଆୟୋଜିତ ବିସିସିଆଇ ୧୫ବର୍ଷରୁ କମ୍‌ ବାଳିକା ଦିନିକିଆ ଏଲିଟ୍‌-ସି ମ୍ୟାଚ୍‌‌ରେ ଓଡ଼ିଶା ୭ ୱିକେଟ୍‌ରେ ଜମ୍ମୁ କାଶ୍ମୀରକୁ ପରାସ୍ତ କରିଛି। ଶନିବାରର ଏହି ଲୋ ସ୍କୋରିଂ ମ୍ୟାଚ୍‌‌ରେ ଜମ୍ମୁ କାଶ୍ମୀର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା

Cricket-representative-image

cricket Photograph: (photo: social media)

ଭୁବନେଶ୍ବର: ନାଗପୁରର ଭିସିଏ ଷ୍ଟାଡିୟମ୍‌ରେ ଆୟୋଜିତ ବିସିସିଆଇ ୧୫ବର୍ଷରୁ କମ୍‌ ବାଳିକା ଦିନିକିଆ ଏଲିଟ୍‌-ସି ମ୍ୟାଚ୍‌‌ରେ ଓଡ଼ିଶା ୭ ୱିକେଟ୍‌ରେ ଜମ୍ମୁ କାଶ୍ମୀରକୁ ପରାସ୍ତ କରିଛି। ଶନିବାରର ଏହି ଲୋ ସ୍କୋରିଂ ମ୍ୟାଚ୍‌‌ରେ ଜମ୍ମୁ କାଶ୍ମୀର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ‌ତେବେ ଓଡ଼ିଶା ବୋଲର୍‌ ଅନ୍ବେଷା ସ୍ବାଇଁ ଓ ରୋମି ପ୍ରଲିପ୍ତା ମଲ୍ଲିକଙ୍କ ଶାଣିତ ବୋଲିଂର ସମ୍ମୁଖୀନ ହୋଇ ନପାରି ୩୪.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୧୧୭ ରନ୍‌ କରିଥିଲା।

ଜମ୍ମୁ କାଶ୍ମୀର ପକ୍ଷରୁ ସର୍ବାଧିକ ୨୮ ରନ୍‌ କରିଥିଲେ। ଅନ୍ବେଷା ୧୬ ରନ୍ ଦେଇ ୪ ଏବଂ ରୋମି ପ୍ରଲିପ୍ତା ୨୧ ରନ୍‌ ଖର୍ଚ୍ଚ କରି ୨ ୱିକେଟ୍ ନେଇଥିଲେ। ଜବାବରେ ଓଡ଼ିଶା ୨୬.୪ ଓଭରରେ ମାତ୍ର ୩ ୱିକେଟ୍‌ ହରାଇ ୧୧୮ ରନ୍‌ କରିବା ସହ ଏକପ୍ରକାର ସହଜ ବିଜୟ ହାସଲ କରିଥିଲା। ଅନ୍ବେଷା ସ୍ବାଇଁ ମାତ୍ର ୪୭ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ସେହିଭଳି ଚିରଶ୍ରୀ ରାଉତ ୭୮ ବଲ୍‌ରୁ ୪୦ ରନ୍‌ର ପାଳି ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe