Chess: ପ୍ରୀତିଶାଙ୍କୁ ମହିଳା ଆଇଏମ୍‌ ଟାଇଟଲ୍‌

Advertisment

ଓଡ଼ିଶାର ଯୁବ ଚେସ୍‌ ପ୍ରତିଭା ପ୍ରୀତିଶା ଗୁପ୍ତା ମାତ୍ର ୧୪ ବର୍ଷ ବୟସରେ ସମସ୍ତ ଆବଶ୍ୟକ ନର୍ମ ପୂରଣ କରି ପ୍ରତିଷ୍ଠିତ ମହିଳା ଇଣ୍ଟରନ୍ୟାସନାଲ୍ ମାଷ୍ଟର୍‌ (ଡବ୍ଲ୍ୟୁଆଇଏମ୍‌) ଟାଇଟଲ୍‌ ହାସଲ କରିଛନ୍ତି।

ଓଡ଼ିଶାର ଯୁବ ଚେସ୍‌ ପ୍ରତିଭା ପ୍ରୀତିଶା ଗୁପ୍ତା ମାତ୍ର ୧୪ ବର୍ଷ ବୟସରେ ସମସ୍ତ ଆବଶ୍ୟକ ନର୍ମ ପୂରଣ କରି ପ୍ରତିଷ୍ଠିତ ମହିଳା ଇଣ୍ଟରନ୍ୟାସନାଲ୍ ମାଷ୍ଟର୍‌ (ଡବ୍ଲ୍ୟୁଆଇଏମ୍‌) ଟାଇଟଲ୍‌ ହାସଲ କରିଛନ୍ତି।

p

ଭୁବନେଶ୍ବର: ଓଡ଼ିଶାର ଯୁବ ଚେସ୍‌ ପ୍ରତିଭା ପ୍ରୀତିଶା ଗୁପ୍ତା ମାତ୍ର ୧୪ ବର୍ଷ ବୟସରେ ସମସ୍ତ ଆବଶ୍ୟକ ନର୍ମ ପୂରଣ କରି ପ୍ରତିଷ୍ଠିତ ମହିଳା ଇଣ୍ଟରନ୍ୟାସନାଲ୍ ମାଷ୍ଟର୍‌ (ଡବ୍ଲ୍ୟୁଆଇଏମ୍‌) ଟାଇଟଲ୍‌ ହାସଲ କରିଛନ୍ତି। ଏହି ଐତିହାସିକ ସଫଳତା ପାଇବାରେ ସେ ଓଡ଼ିଶାର ଚତୁର୍ଥ ମହିଳା ଆଇଏମ୍‌ ହୋଇଛନ୍ତି। ପ୍ରୀତିଶା ତାଙ୍କର ପ୍ରଥମ ଡବ୍ଲ୍ୟୁଆଇଏମ୍‌ ନର୍ମ ଜୁଲାଇ ୨୦୨୫ରେ ଟ୍ରଫି ଡୋଲ୍ ପାସିନୋ ଗ୍ରାଣ୍ଡ ଓପନ୍ ପ୍ରତିଯୋଗିତାରେ ହାସଲ କରିଥିଲେ। ଦ୍ୱିତୀୟ ନର୍ମ ସର୍ବିୟାର ସେଣ୍ଟାରେ ଆୟୋଜିତ ଗ୍ରାଣ୍ଡମାଷ୍ଟର୍ସ ମିକ୍ସ ୨୨ ଫାଣ୍ଟାଷ୍ଟିକୋ ପ୍ରତିଯୋଗିତାରେ ପାଇଥିଲା ବେଳେ ତୃତୀୟ ତଥା ଶେଷ ନର୍ମ ସେହିଠାରେ ଆୟୋଜିତ ଗ୍ରାଣ୍ଡମାଷ୍ଟର୍ସ ମିକ୍ସ ୧୩ ଫାଣ୍ଟାଷ୍ଟିକୋ ପ୍ରତିଯୋଗିତାରେ ହାସଲ କରିଥିଲେ।

ପ୍ରୀତିଶା ନିଜ ବୟସ ଶ୍ରେଣୀରେ ବିଶ୍ୱସ୍ତରରେ ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛନ୍ତି। ଜାନୁଆରି ମାସର ରେଟିଂ ଅନୁଯାୟୀ ସେ ନିଜ ବୟସ ବର୍ଗରେ ବିଶ୍ୱ ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥିସହ ନଭେମ୍ବର ୨୦୨୫ରେ ମାଲେସିଆର କୁଆଲାଲୁମ୍ପୁରରେ ଆୟୋଜିତ କମନ୍‌ୱେଲ୍‌ଥ ଚେସ୍ ପ୍ରତିଯୋଗିତାର ୧୬ ବର୍ଷରୁ କମ୍‌ ବର୍ଗରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ସଫଳତା ପାଇଁ ପ୍ରୀତିଶାଙ୍କୁ ଅଲ୍ ଓଡ଼ିଶା ଚେସ୍ ସଂଘ (ଏଓସିଓ) ସମ୍ପାଦକ ଦେବବ୍ରତ ଭଟ୍ଟ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe