ନଗେଶ ଟ୍ରଫିରେ ଓଡ଼ିଶାର ଚତୁର୍ଥ ବିଜୟ

Advertisment
ନଗେଶ ଟ୍ରଫିରେ ଓଡ଼ିଶାର ଚତୁର୍ଥ ବିଜୟ

ଭୁବନେଶ୍ବର: ନୂଆଦିଲ୍ଲୀରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତା ନଗେଶ ଟ୍ରଫିରେ ଓଡ଼ିଶା ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ସିରିଫୋର୍ଟ ପଡ଼ିଆରେ ଖେଳାଯାଇଥିବା ଶନିବାର ମ୍ୟାଚ୍‌ରେ ଉତ୍ତରପ୍ରଦେଶକୁ ଓଡ଼ିଶା ୪୪ ରନ୍‌ରେ ପରାସ୍ତ କରିଛି। ଏହି ରୋମାଞ୍ଚକର ମୁକାବିଲାରେ ଉତ୍ତର ପ୍ରଦେଶ ଟସ୍ ଜିତି ଓଡ଼ିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଓଡ଼ିଶା ପଙ୍କଜ ଭୂଏଙ୍କ ୯୯* ଏବଂ ସୁଖରାମ ମାଝୀଙ୍କ ୭୦ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା। ଜବାବରେ ଉତ୍ତର ପ୍ରଦେଶ ୯ ୱିକେଟ୍ ହରାଇ ମାତ୍ର ୧୬୯ ରନ୍ କରି ପାରିଥିଲା। ଓଡ଼ିଶା ପାଇଁ ନକୁଳ ବଡ଼ନାୟକ, ପଙ୍କଜ ଭୂଏ, ଲିଙ୍ଗରାଜ ରାଉତରା ଓ କାଳିଆ ପ୍ରଧାନ ଗୋଟିଏ ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ। ପଙ୍କଜ ତାଙ୍କ ଧମାକାଦାର ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ତା’ର ଶେଷ ଲିଗ୍‌ ମ୍ୟାଚ୍‌ରେ ସାକେତ ପଡ଼ିଆରେ ହରିୟାଣାକୁ ଭେଟିବ। ଉଭୟ ଦଳ ପୁଲ୍‌-ବିର ପ୍ରଥମ ସ୍ଥାନ ଲାଗି ଲଢ଼ିବେ। ତେବେ ୫ ମ୍ୟାଚ୍‌ରୁ ୪ ବିଜୟ ହାସଲ କରିଥିବାରୁ ଓଡ଼ିଶା ଏହି ମ୍ୟାଚ୍‌ରେ ଲଢ଼ୁଆ ପ୍ରଦର୍ଶନ କରିବ ବୋଲି ଅଧିନାୟକ ମହମ୍ମଦ ଜାଫର ଇକବାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe