ଓଡ଼ିଶାର ଏକ ନମ୍ବର ଟେନିସ ଖେଳାଳି, କବିର ସମ୍ବର୍ଦ୍ଧିତ

Advertisment
ଓଡ଼ିଶାର ଏକ ନମ୍ବର ଟେନିସ ଖେଳାଳି, କବିର ସମ୍ବର୍ଦ୍ଧିତ

ଭୁବନେଶ୍ବର: ପ୍ରାୟ ୬ ବର୍ଷ ପରେ ଓଡ଼ିଶାର ପ୍ରଥମ ସର୍ବକନିଷ୍ଠ ଖେଳାଳି ଭାବେ ଏଟିପି ପଏଣ୍ଟ ପାଇ କବିର ହଂସ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଭୁବନେଶ୍ବରରେ ଜନ୍ମିତ କବିର ଚଳିତ ମାସରେ ଇରାନରେ ଆଇଟିଏଫ୍‌ ପୁରୁଷ ୧୫କେ ପ୍ରତିଯୋଗିତାରେ ଖେଳି ପ୍ରଥମ ଏଟିପି ପଏଣ୍ଟ କରାୟତ୍ତ କରିବା ସହ ରୢାଙ୍କିଂ ପାଇଥିଲେ। ଏହି ସଫଳତା ଲାଗି ବୁଧବାର ତୃପ୍ତି ଏଣ୍ଟରପ୍ରାଇଜେସ୍‌ ନିର୍ଦେଶକ ଶୁଭେନ୍ଦୁ ମହାନ୍ତି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧନା ଉତ୍ସବରେ କବିରଙ୍କ ପୂର୍ବତନ ପ୍ରଶିକ୍ଷକ ଅଜୟ ନିଶଙ୍କ, ଶୁଭ୍ରାଂଶୁ ଷଡ଼ଙ୍ଗୀ ଓ ଲଲିତ ଦାଶଙ୍କ ସହ ବର୍ତ୍ତମାନର ପ୍ରଶିକ୍ଷକ ଜୈମିନ ମେହେଟ୍ଟା ଏବଂ ଅନିଲ ଧିର, ସତ୍ୟବ୍ରତ ସାନୁ ରଥ, କୈଶିକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସଂପ୍ରତି ଓଡ଼ିଶାର ଏକ ନମ୍ବର ଟେନିସ ଖେଳାଳି କବିର ରାଜ୍ୟର ପ୍ରଥମ ଖେଳାଳି ଭାବେ ଗତ ବର୍ଷ ଅକ୍ଟୋବରରେ ନୂଆଦିଲ୍ଲୀରେ ଆୟୋଜିତ ଫେନେଷ୍ଟା ଓପନ୍‌ ଜାତୀୟ ହାର୍ଡ କୋର୍ଟ ଟେନିସ ପ୍ରତିଯୋଗିତାରେ ପୁରୁଷ ଯୁଗଳ ଟ୍ରଫି ଜିତିଥିଲେ। ଏଥିସହ ସେ ‌ସର୍ବଭାରତୀୟ ମାନ୍ୟତାରେ ୧୮ତମ ସ୍ଥାନରେ ଗତ ବର୍ଷ ଶେଷ କରିଥିଲେ। କବିର ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଏକକ ଓ ଯୁଗଳ ଟ୍ରଫି ଜିତି ସାରିଲେଣି। ଏଥିରେ ୨୦ ଏଆଇଟିଏ ପୁରୁଷ ପ୍ରତିଯୋଗିତା ରହିଛି। ଆଗକୁ ଅଲିମ୍ପିକ୍‌, ଡେଭିସ୍‌ କପ୍‌ ଓ ଗ୍ରାଣ୍ଡ ସ୍ଲାମ୍‌ରେ ଖେଳିବାର ଲକ୍ଷ୍ୟ ରଖିଛନ୍ତି ବୋଲି କବିର କହିଛନ୍ତି। ସଂପ୍ରତି ୧ ପଏଣ୍ଟ ସହ ବିଶ୍ବ ମାନ୍ୟତାରେ ୧୬୨୯ତମ ସ୍ଥାନରେ ରହିଛନ୍ତି କବିର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe