ମୁମ୍ବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଓଡ଼ିଆ ଝିଅ ପ୍ରମିତା ମହାପାତ୍ର ପଡ଼ିଆ ଉପସ୍ଥାପିକା ଦାୟିତ୍ବ ତୁଲାଇ ରାଜ୍ୟପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହା ପୂର୍ବରୁ ସେ ମଧ୍ୟ ଗତବର୍ଷର ମହିଳା କ୍ରିକେଟ୍ ବିଶ୍ବକପ୍ରେ ସଫଳତାର ସହ ଏହି ଦାୟିତ୍ବ ତୁଲାଇଥିଲେ। ଶନିବାରର ତାରକା ଖଚିତ ଉଦ୍ଘାଟନୀ ଉତ୍ସବରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା, ଡ୍ରମର୍ ଶିବମଣି, ସଂଗୀତ ନିର୍ଦ୍ଦେଶକ ତଥା ପପ୍ ଗାୟକ ବାଦଶାହ, ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଏହି ତାରକାଙ୍କ ଗହଣରେ ହିଁ ପ୍ରମିତା ଉପସ୍ଥାପିକା ରହିଥିଲେ।
ସୂଚନାଯୋଗ୍ୟ ଯେ ପ୍ରମିତା ଏକ କ୍ରୀଡ଼ା ଭିତ୍ତିକ ପ୍ରତିଯୋଗିତା ଜିତିବା ପରେ ଜାତୀୟ ସ୍ତରରେ ନିଜକୁ ଏକ ସଫଳ କ୍ରୀଡ଼ା ଉପସ୍ଥାପିକା ଭାବେ ଗଢ଼ି ତୋଳିଛନ୍ତି। ଭୁବନେଶ୍ବରରୁ ଯାଇ ବିଶ୍ବ କ୍ରିକେଟ୍ ଦୃଶ୍ୟପଟ୍ଟରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପ୍ରମିତା ପୂର୍ବରୁ ଏହି ଦୁଇ ବିଶ୍ବକପ୍ ସହ ଅନେକ କ୍ରୀଡ଼ା ପ୍ରତିଯୋଗିତାରେ ଉପସ୍ଥାପିକା ଦାୟିତ୍ବ ତୁଲାଇ ସାରିଛନ୍ତି।
ଆହୁରି ପଢ଼ନ୍ତୁ: Parliament: ବାଚସ୍ପତିଙ୍କ ଚ୍ୟାମ୍ବରକୁ ଧସେଇ ପଶିଥିଲେ ୪୦-୫୦ ବିରୋଧୀ ସାଂସଦ: ରିଜିଜୁ
ଶନିବାରର ଆକର୍ଷଣୀୟ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଇସିସି ଅଧ୍ୟକ୍ଷ ଜୟ ଶାହ, ବ୍ୟବସାୟୀ ମୁକେଶ ଅମ୍ବାନି ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଓଡ଼ିଆ ପୁଅ ପ୍ରସନ୍ନ କୁମାର ପ୍ରଧାନ ଇଏସ୍ପିଏନ୍ ଷ୍ଟାର୍ ସ୍ପୋର୍ଟସ ପକ୍ଷରୁ କ୍ୟାମେରାମ୍ୟାନ୍ ଦାୟିତ୍ବ ତୁଲାଇବା ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/07/pratima-2026-02-07-20-43-48.jpg)