ମୁମ୍ବାଇ ରଗ୍‌ବି ଦଳରେ ଓଡ଼ିଆ ଝିଅଙ୍କ ଚମକ

Advertisment
ମୁମ୍ବାଇ ରଗ୍‌ବି ଦଳରେ ଓଡ଼ିଆ ଝିଅଙ୍କ ଚମକ

ଭୁବନେଶ୍ୱର: ଓଡ଼ିଆ ରଗ୍‌ବି ଖେଳାଳି ମୀରାରାଣୀ ସାହୁଙ୍କ ପ୍ରତିଭା ଏବେ ମୁମ୍ବାଇରେ ପ୍ରଷ୍ଫୁଟିତ ହୋଇଛି। ରବିବାର ରାଜସ୍ଥାନର ଜୟପୁରରେ ଶେଷ ହୋଇଥିବା କାଲାହାନ୍‌ କପ୍‌ ୧୫ ଜଣିଆ ରଗ୍‌ବି ପ୍ରତିଯୋଗିତାରେ ମୁମ୍ବାଇକୁ ଉପ ବିଜେତା କରାଇବାରେ ନିଜ ଯୋଗଦାନ ରଖିଛନ୍ତି ମୀରାରାଣୀ। ହରିଆନା ବିପକ୍ଷ ଫାଇନାଲ୍‌ ୫-୫ରେ ଶେଷ ହେବା ପରେ ଅତିରିକ୍ତ ସମୟରେ ହରିଆନା ଏକ ଟ୍ରାଏ ବଳରେ ୧୦-୫ରେ ବିଜୟୀ ହୋଇଥିଲା। ମାଲୁଦର ବଳରାମପୁର ନିବାସୀ ଏକାଦସୀ ସାହୁ ଏବଂ କୁମାରୀ ସାହୁଙ୍କୁ ଝିଅ ମୀରାରାଣୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ କୁମାର ରାଉତଙ୍କଠାରୁ ପ୍ରଶିକ୍ଷିତ ହୋଇ ଆଗକୁ ବଢ଼ିଛନ୍ତି। ମୁମ୍ବାଇରେ ଚାକିରି କରିବା ପରେ ମୁଁ ଛୁଟିଦିନରେ ଜିମ୍‌ଖାନ୍ନା ଷ୍ଟାଡିୟମ୍‌ରେ ଅଭ୍ୟାସ କରି ମୁମ୍ବାଇ ଦଳରୁ ଖେଳିବାର ସୁଯୋଗ ପାଇଥିଲି ବୋଲି କହିଛନ୍ତି ମୀରାରାଣୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe