ଭୁବନେଶ୍ବର: ତାମିଲନାଡ଼ୁର ଟ୍ରିସି ଇଂଜିନିୟରିଂ କଲେଜଠାରେ ଆୟୋଜିତ ଆନ୍ନା ବିଶ୍ବବିଦ୍ୟାଳୟ ଅନ୍ତଃଜୋନ୍ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୁସ୍ମିତା ସାହୁ ନିଜର ଚମକ ଦେଖାଇଛନ୍ତି। ସେ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏଥିସହ ସେ ମଧ୍ୟ ଜାତୀୟ ପ୍ରତିଯୋଗିତା ଲାଗି ନିଜ ପାଇଁ ସ୍ଥାନ ପକ୍କା କରିଥିଲେ। ଭୁବନେଶ୍ବରର ଭରତପୁରରେ ଜନ୍ମ ଗ୍ରହଣ କରିଥିବା ସୁସ୍ମିତା ତୃତୀୟ ବର୍ଷ ଇଂଜିନିୟରିଂ ଛାତ୍ରୀ। ତାଙ୍କ ବାପା ସୁକାନ୍ତ କୁମାର ସାହୁ ସିଆର୍ପିଏଫ୍ରେ ଚାକିରି କରିଥିବାରୁ ସେ ପରିବାର ସହ ତାମିଲନାଡ଼ୁରେ ରହୁଛନ୍ତି। ପୂର୍ବରୁ ସେ ତାମିଲନାଡ଼ୁ ରଜ୍ୟ ବରିଷ୍ଠ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ। ଏବେ ଜାତୀୟ ପ୍ରତିଯୋଗିତାରେ ପଦକ ଜିତିବାର ଲକ୍ଷ୍ୟ ରଖିଥିବା ସୁସ୍ମିତା କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us