୮୩୧ ଖେଳାଳିଙ୍କ ଭିତରୁ ୬୦୮ ୟୁରୋପୀୟ କ୍ଲବ୍‌ର, ଦ୍ବିତୀୟରେ ଏସିଆ

Advertisment
୮୩୧ ଖେଳାଳିଙ୍କ ଭିତରୁ ୬୦୮ ୟୁରୋପୀୟ କ୍ଲବ୍‌ର, ଦ୍ବିତୀୟରେ ଏସିଆ

ଦୋହା: କାତାର ବିଶ୍ବକପ୍‌ ସଂସ୍କରଣରେ ୩୨ ଦଳରୁ ମୋଟ୍‌ ୮୩୧ ଜଣ ଖେଳାଳି ସାମିଲ ହେଉଛନ୍ତି। ପ୍ରତି ଦଳରେ ୨୬ ଜଣ ଲେଖାଏଁ ଖେଳାଳିଙ୍କୁ ସ୍ଥାନ ମିଳିଥିଲା ବେଳେ କେବଳ ଇରାନ୍‌ ୨୫ ଜଣଙ୍କୁ ନେଇ କାତାର ଆସିଛି। ଏହି ଖେଳାଳିମାନେ ବିଶ୍ବବ୍ୟାପୀ ବିଭିନ୍ନ ଲିଗ୍‌ରେ ଭିନ୍ନଭିନ୍ନ କ୍ଲବ୍‌ ପାଇଁ ଖେଳିଆସୁଛନ୍ତି। କେବଳ ସାଉଦି ଆରବ ଓ କାତାରର ଖେଳାଳିମାନେ ସେମାନଙ୍କ ନିଜ ଲିଗ୍‌ରୁ ଚୟନ ହୋଇଛନ୍ତି। ତେବେ ମହାଦେଶ ଭିତ୍ତିରେ ଦେଖିଲେ ସମସ୍ତ ଖେଳାଳିଙ୍କ ଭିତରୁ ସବୁଠୁ ଅଧିକ ୟୁରୋପୀୟ କ୍ଲବ୍‌ (୬୦୮) ତରଫରୁ ଖେଳିଛନ୍ତି। ଦ୍ବିତୀୟରେ ଏସିଆ (୧୧୨) ଏବଂ ତୃତୀୟରେ ଉତ୍ତର ଆମେରିକା କ୍ଲବ୍‌ (୭୬)ର ଖେଳାଳିମାନେ ରହିଛନ୍ତି। ଦକ୍ଷିଣ ଆମେରିକାର ୧୮, ଆଫ୍ରିକାରୁ ୧୭ ଓ ଅଷ୍ଟ୍ରେଲୀୟ କ୍ଲବ୍‌ର ୭ ଜଣ ଖେଳାଳି କାତାର ଆସିଥିବା ଜଣାପଡ଼ିଛି। ତେବେ ବିଶ୍ବକପ୍‌ର ଖେଳାଳିଙ୍କ ଭିତରୁ ୫ ଭାଗରୁ ୧ ଭାଗ ଖେଳାଳି ଇଂଲିସ ଲିଗ୍‌ (୧୫୮)ରେ ଖେଳିଛନ୍ତି।

ସ୍ପାନିସ ଲା ଲିଗାରେ ୮୬ ଓ ଜର୍ମାନ୍‌ ବୁନ୍ଦେସ୍‌ଲିଗାରେ ତୃତୀୟ ସର୍ବାଧିକ ୮୧ ଜଣ ଖେଳିଥିବା ଏକ ତଥ୍ୟରୁ ଜଣାପଡ଼ିଛି। ସେହିପରି କ୍ଲବ୍‌ମାନଙ୍କ ମଧ୍ୟରୁ ବେୟର୍ଣ୍ଣ ମ୍ୟୁନିକ୍‌ରୁ ସର୍ବାଧିକ ୧୭ ଜଣ ଖେଳାଳି ବିଶ୍ବକପ୍‌ରେ ଖେଳିବାକୁ ଯାଉଛନ୍ତି। ମାଞ୍ଚେଷ୍ଟର ସିଟି, ବାର୍ସିଲୋନା ଓ ଅଲ୍‌ ସାଦ୍‌ରୁ ୧୬ ଜଣ ଲେଖାଏଁ ଏହି ଫୁଟ୍‌ବଲ୍‌ ମହାକୁମ୍ଭରେ ଅଂଶଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ରୁ ୧୪, ରିଅଲ ମାଦ୍ରିଦ୍‌ରୁ ୧୩, ଅଲ୍‌ ହିଲାଲ୍‌ରୁ ୧୨, ଚେଲସିରୁ ୧୨, ଆଟ୍‌ଲେଟିକୋ ମାଦ୍ରିଦ୍‌, ଅଜାକ୍ସ, ବୋରୁସିଆ ଡର୍ଟମୁଣ୍ଡ, ଜୁଭେଣ୍ଟସ୍‌, ପିଏସ୍‌ଜି ଓ ଟଟେନ୍‌ହାମ୍‌ରୁ ୧୧ ଜଣ ଲେଖାଏଁ ଖେଳାଳି ବିଶ୍ବକପ୍‌ରେ ଖେଳିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe