ଅଫ୍‌ ସାଇଡ୍‌: ମେସିଙ୍କ ସମୟ ସରି ସରି ଆସୁଛି

Advertisment
ଅଫ୍‌ ସାଇଡ୍‌: ମେସିଙ୍କ ସମୟ ସରି ସରି ଆସୁଛି

ନଭଗୋରଡ: ମହାନ ତାରକା ଲିଓନେଲ୍‌ ମେସିଙ୍କ ପାଇଁ ସମୟ ସରି ସରି ଆସୁଛି। ରବିବାର ୩୧ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଥିବା ମେସିଙ୍କ ପାଇଁ ମସ୍କୋ ‘ବିଶ୍ୱକପ୍‌’ ଜିତିବାର ସମ୍ଭବତଃ ଶେଷ ସୁଯୋଗ ହେବାକୁ ଯାଉଛି। ଚଳିତ ଥର ଆର୍ଜେଣ୍ଟିନାକୁ ବିଶ୍ୱକପ୍‌ ଜିତାଇ ନପାରିଲେ ଏହି ବହୁରାଷ୍ଟ୍ରୀୟ ଫୁଟବଲ୍‌ ମହାକୁମ୍ଭ ଜିିତି ପାରି ନଥିବା ହତଭାଗା କିମ୍ବଦନ୍ତୀ ଖେଳାଳିଙ୍କ ତାଲିକାରେ ସେ ସ୍ଥାନ ପାଇବାର ଯଥେଷ୍ଟ ଆଶଙ୍କା ରହିଛି। ସେହି ଦୃଷ୍ଟିରୁ ଗୁରୁବାର ଖେଳା ଯିବାକୁ ଥିବା କ୍ରୋଏସିଆ ବିପକ୍ଷ ମ୍ୟାଚ୍‌ ତାଙ୍କ ପାଇଁ ଢେର ମହତ୍ୱ ରଖୁଛି। କ୍ଲବ୍‌ ସ୍ତରରେ ବାର୍ସେଲିନା ଦଳକୁ ୪ ଚାମ୍ପିଅନ୍ସ ଲିଗ୍‌ ଏବଂ ୯ ଲା ଲିଗା ଟ୍ରଫି ଦେଇଥିବା ମେସି ଆର୍ଜେଣ୍ଟିନାକୁ ଏ ପର୍ଯ୍ୟନ୍ତ କୌଣସି ବଡ଼ ପ୍ରତି ଯୋଗିତାରେ ବିଜେତା କରାଇ ପାରି ନାହାନ୍ତି। ଆର୍ଜେଣ୍ଟିନାକୁ ଶେଷ ଥର ପାଇଁ ୧୯୮୬ ମସିହାରେ ମାରାଡୋନା ବିଶ୍ୱକପ୍‌ ବିଜୟୀ କରାଇଥିଲେ। ୩୨ ବର୍ଷ ପରେ ମେସି ମସ୍କୋରେ ସେହି ସଫଳତା ଦୋହରାଇବେ ବୋଲି ତାଙ୍କ ସମର୍ଥକମାନେ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe