ସାନିଆ ଓ ସୋଏବଙ୍କ ପୁରୁଣା ଭିଡିଓ ଭାଇରାଲ୍‌; ପରସ୍ପରଙ୍କ ବିଷୟରେ କିଙ୍ଗ୍‌ଖାନ୍‌ଙ୍କୁ କହିଥିଲେ ଏହିପରି କଥା

Advertisment
ସାନିଆ ଓ ସୋଏବଙ୍କ ପୁରୁଣା ଭିଡିଓ ଭାଇରାଲ୍‌; ପରସ୍ପରଙ୍କ ବିଷୟରେ କିଙ୍ଗ୍‌ଖାନ୍‌ଙ୍କୁ କହିଥିଲେ ଏହିପରି କଥା

ମୁମ୍ବାଇ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଓ ତାଙ୍କ ପାକିସ୍ତାନୀ କ୍ରିକେଟର୍‌ ସ୍ବାମୀ ସୋଏବ ମଲିକ ଏବେ ଅଲଗା ହୋଇ ସାରିଛନ୍ତି। ଏହାରି ମଧ୍ୟରେ ସେମାନଙ୍କର ଏକ ପୁରୁଣା ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେଉଛି। ଯାହାକୁ ହୋଷ୍ଟ୍‌ କରୁଛନ୍ତି ବଲିଉଡ୍‌ ସୁପର୍‌ଷ୍ଟାର୍‌ ଶାହରୁଖ୍‌ ଖାନ୍‌।

ଶାହରୁଖ୍‌ ପ୍ରଥମେ ସାନିଆଙ୍କୁ ଭିଡିଓରେ ପଚାରୁଥିବାର ଦେଖିବାକୁ ମିଳିଛି ଯେ ‘‘ତୁମେ ସୋଏବଙ୍କ ଭିତରେ କ’ଣ ଦେଖିଲ ଯେ ବିବାହ କରି ପକାଇଲ? ମାନୁଛି ଦେଖିବାକୁ ସୁନ୍ଦର, କ୍ରିକେଟ୍‌ ବି ଭଲ ଖେଳନ୍ତି। ହେଲେ ବ୍ୟକ୍ତିଗତ ଭାବେ ତୁମେ ତାଙ୍କ ଭିତରେ କ’ଣ ଦେଖିଲ? ଯାହାର ଉତ୍ତରରେ ସାନିଆ କହୁଛନ୍ତି, ‘‘ସେ ଖୁବ୍ ଲାଜୁଆ ସ୍ବାଭାବର। ତାଙ୍କୁ କଥା ବି ଠିକ୍‌ ଭାବେ କହି ଆସେ ନାହିଁ। ଆପଣଙ୍କୁ ତାଙ୍କୁ କଥା କହିବା ଶିଖାଇବାକୁ ପଡ଼ିବ।’’ ତା’ପରେ କିଙ୍ଗ୍‌ଖାନ୍‌ କହୁଛନ୍ତି କି ତାହା ମୁଁ ଅବଶ୍ୟ କରିଦେବି।

ପୁଣି କିଙ୍ଗ୍‌ଖାନ୍‌ ସୋଏବଙ୍କୁ ସମାନ ପ୍ରଶ୍ନ ପଚାରୁଛନ୍ତି। ତୁମେ ସାନିଆଙ୍କ ଭିତରେ କେଉଁ ଭଲ ଗୁଣ ଦେଖି ତାଙ୍କୁ ଭଲପାଇ ବସିଲ। ଯାହାର ଉତ୍ତରରେ ସୋଏବ କହୁଛନ୍ତି, ‘‘ସେ ବିଷୟରେ ଭାବିବା‌ ଆଗରୁ ମୋର ବାହାଘର ହୋଇଗଲା।’’ ସୋସିଆଲ୍‌ ମିଡିଆରେ ସେହି ହସମଜା ବେଳର ଭିଡିଓଟି ଏବେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe