ଭୁବନେଶ୍ବର ହକି ବିଶ୍ବକପ ଲାଗି ଏବେଠାରୁ ସାରା ବିଶ୍ବରେ ଉତ୍ସାହ ପରିଲକ୍ଷିତ ହେଲାଣି। ଦେଶ ଏବଂ ଦେଶ ବାହାରେ ଏହାର ବ୍ୟାପକ ପ୍ରଚାର କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି କ୍ରମରେ ମଙ୍ଗଳବାର ପୁରୀ ବେଳାଭୂମିରେ ମାସ୍କଟ ‘ଓଲି’ର ଆନୁଷ୍ଠାନିକ ଉନ୍କୋଚନ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ଏହି ଅବସରରେ ଓଲି ହକି ପ୍ରେମୀଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିବ। ସେ ମଧ୍ୟ କେତେକ ଅଭିନବ କଳା କୌଶଳର ପ୍ରଦର୍ଶନ କରିବ। ପୁରୀର ଅପରୂପ ସୌନ୍ଦର୍ଯ୍ୟଭରା ବେଳାଭୂମିରେ ପ୍ରଶଂସକ ଏବଂ ହକି ପ୍ରେମୀଙ୍କ ସହ ଫଟୋ ସୁଟ୍ କରିବ। ଏହା ପରେ ଗଣମାଧ୍ୟମ ପ୍ରତିନଧିଙ୍କୁ ସାକ୍ଷାତକାର ଦେବ। ହକି ବିଶ୍ବକପର ପ୍ରଚାର ସହ ଏହି ଅବସରରେ ସେ ଅଲିଭ୍ରିଡଲେ କଇଁଚର ସୁରକ୍ଷା ଏବଂ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରିବ। ଆସନ୍ତାକାଲି ଓଲି ସମସ୍ତ ଓଡ଼ିଆ ଏବଂ ଡିସେମ୍ବରରେ ସମଗ୍ର ବିଶ୍ବକୁ ସ୍ବାଗତ କରିବାକୁ ଯାଉଥିବାରୁ ଆମେ ବହୁତ ଖୁସି ଅଛୁ। ଆଶା କରୁଛି ପୁରୀ ବେଳାଭୂମିରେ ତାକୁ ସ୍ବାଗତ କରିବା ଲାଗି ହକି ପ୍ରେମୀଙ୍କ ପ୍ରବଳ ଭିଡ଼ ଜମିବ ବୋଲି କ୍ରୀଡ଼ା ସଚିବ ବିଶାଲ ଦେବ କହିଛନ୍ତି।
ଆଜି ପୁରୀ ବେଳାଭୂମି ବୁଲିବ ‘ଓଲି’
Advertisment
Follow Us