ଏସୀୟ ସୁଟିଂ: ୨୫ ମିଟର ପିସ୍ତଲରେ ରୌପ୍ୟ ଜିତିଲେ ମନୁ

Advertisment

ଦିଲ୍ଲୀର ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜ୍‌ରେ ଚାଲିଥିବା ଏସୀୟ ସୁଟି ପ୍ରତିଯୋଗିତାର ୨୫ ମିଟର ପିସ୍ତଲ୍‌ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ଅଲମ୍ପିକ୍ସ ପଦକ ବିଜୟିନୀ ମନୁ ଭାକର। ତୀବ୍ର ପ୍ରତିଯୋଗିତାମୂଳକ ଫାଇନାଲରେ ମନୁ ଡବଲ୍-ସୁଟ ଅଫରେ

ଦିଲ୍ଲୀର ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜ୍‌ରେ ଚାଲିଥିବା ଏସୀୟ ସୁଟି ପ୍ରତିଯୋଗିତାର ୨୫ ମିଟର ପିସ୍ତଲ୍‌ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ଅଲମ୍ପିକ୍ସ ପଦକ ବିଜୟିନୀ ମନୁ ଭାକର। ତୀବ୍ର ପ୍ରତିଯୋଗିତାମୂଳକ ଫାଇନାଲରେ ମନୁ ଡବଲ୍-ସୁଟ ଅଫରେ

10bbs_44_10022026_112

ନୂଆଦିଲ୍ଲୀ: ଦିଲ୍ଲୀର ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜ୍‌ରେ ଚାଲିଥିବା ଏସୀୟ ସୁଟି ପ୍ରତିଯୋଗିତାର ୨୫ ମିଟର ପିସ୍ତଲ୍‌ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ଅଲମ୍ପିକ୍ସ ପଦକ ବିଜୟିନୀ ମନୁ ଭାକର। ତୀବ୍ର ପ୍ରତିଯୋଗିତାମୂଳକ ଫାଇନାଲରେ ମନୁ ଡବଲ୍-ସୁଟ ଅଫରେ ଭିଏତନାମର ଗ୍ବୁଏନ ଥଏ ଟ୍ରାଙ୍ଗ୍‌ଙ୍କଠାରୁ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ। ୧୦ ମିଟର ପିସ୍ତଲ ବର୍ଗରେ ସ୍ବର୍ଣ୍ଣ ଜିତିଥିବା ଭାରତର ଇଶା ସିଂ କାଂସ୍ୟ ପଦକ ଜିତିଥିଲେ। ଫାଇନାଲରେ ଉଭୟ ମନୁ ଓ ଟ୍ରାଙ୍ଗ୍ ୩୫ ପଏଣ୍ଟ ଲେଖାଏଁ ହାସଲ କରି ବରାବର ରହିଥିଲେ। ପ୍ରଥମ ସୁଟ୍-ଅଫ ମଧ୍ୟ ୨-୨ରେ ବରାବର ରହିଥିଲା।

ଆହୁରି ପଢ଼ନ୍ତୁ: Cricket: ଭାରତୀୟ ଦଳ ସହ ଯାତ୍ରା କରିପାରିବେନି ପରିବାର

ଦ୍ବିତୀୟ ସୁଟ୍‌-ଅଫରେ ୫ଟି ଲକ୍ଷ୍ୟରୁ ଟ୍ରାଙ୍ଗ୍‌ ୩ଟି ଓ ମନୁ ୨ଟି ଭେଦ କରିପାରିଥିଲେ। ମନୁଙ୍କ ପାଇଁ ଚଳିତ ପ୍ରତିଯୋଗିତା ଏପର୍ଯ୍ୟନ୍ତ ନୈରାଶ୍ୟଜନକ ରହିଆସିଥିଲା। ଏପରିକି ତାଙ୍କର ପରିଚିତ ୧୦ ମିଟର ପିସ୍ତଲ ବର୍ଗରେ ସେ ୭ମ ସ୍ଥାନରେ ରହିଥିଲେ। ଏଣୁ ମଙ୍ଗଳବାରର ବିଜୟ ତାଙ୍କ ପାଇଁ ଆଶ୍ବସ୍ତି ଆଣିଦେଇଛି। ଏହି ବିଜୟକୁ ନେଇ ସେ ସନ୍ତୁଷ୍ଟ ବୋଲି କହିଛନ୍ତି। ଅନ୍ୟପକ୍ଷରେ ୫୦ ମିଟର ରାଇଫଲ୍‌ ଇଭେଣ୍ଟରେ ଭାରତର ଆକ୍ରିତି ଦହିୟା ରୌପ୍ୟ ପଦକ ଜିତିଥିବାବେଳେ ଅଞ୍ଜୁମ୍‌ ମୋଡଗିଲ୍‌ କାଂସ୍ୟ ପଦକ ଜିତିଛନ୍ତି। କାଜାଖସ୍ତାନର ସୋଫିଆ ସୁଲଜେନକୋ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe