ଅଲିମ୍ପିକ୍ସ ବିଜୟିନୀ ବ୍ରିୟାନା ୫ ବର୍ଷ ବାସନ୍ଦ

Advertisment
ଅଲିମ୍ପିକ୍ସ ବିଜୟିନୀ ବ୍ରିୟାନା ୫ ବର୍ଷ ବାସନ୍ଦ

ନ୍ୟୁୟର୍କ: ୨୦୧୬ ମସିହାର ରିଓ ଅଲିମ୍ପିକ୍ସରେ ମହିଳା ବାଧାଦୌଡ଼ ସ୍ବର୍ଣ୍ଣ ପଦକ ଜିତିଥିବା ଆମେରିକୀୟ ଧାବିକା ବ୍ରିୟାନା ମ୍ୟାକନିଲଙ୍କୁ ସେଠାକାର ଦୌଡ଼କୁଦ ସଂହିତା ସଂସ୍ଥାନ (ଏଆଇୟୁ) ୫ ବର୍ଷ ପାଇଁ ବାସନ୍ଦ କରିଛି। ଫଳରେ ସେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅବଶ୍ୟ ଏଆଇୟୁର ଏହି ନିଷ୍ପତ୍ତି ବିରୋଧରେ ବିଶ୍ବ କ୍ରୀଡ଼ାର ସବୋଚ୍ଚ ଅଦାଲତ କାସ୍ (କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର ସ୍ପୋର୍ଟସ)କୁ ଯିବାର ବିକଳ୍ପ ବ୍ରିୟାଙ୍କାଙ୍କ ପାଖରେ ଖୋଲା ରହିଛି। ସେ ଯଦି କାସ୍ ଯାଆନ୍ତି, ତାହାଲେ ତାଙ୍କ ଅପିଲର ଶୁଣାଣି ନହେବା ପର୍ଯ୍ୟନ୍ତ ସେ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ।

ମ୍ୟାକନିଲ୍ ଡୋପ୍ ପରୀକ୍ଷା ପରିଚାଳନା ପ୍ରକ୍ରିୟାକୁ ପ୍ରଭାବିତ କରିଥିବା ଏଆଇୟୁ ଅଭିଯୋଗ କରିଛି। ବିଶ୍ବ ଦୌଡ଼କୁଦ ଡୋପିଂ ନିରୋଧୀ ନିୟମକୁ ‌ଦ୍ବିତୀୟ ଥର ଉଲ୍ଲଂଘନ କରିଥିବାରୁ ତାଙ୍କୁ ସଂସ୍ଥାନର ଶୃଙ୍ଖଳାଗତ ଟ୍ରିବୁନାଲ ବାସନ୍ଦ କରିଥିବା ଜଣାପଡ଼ିଛି। ଏହି ବାସନ୍ଦାଦେଶ ପିଛିଲା ଭାବେ ଅଗଷ୍ଟ ୧୫ ୨୦୨୦ରୁ ଲାଗୁ ହେବ। ଏହି ନିଷ୍ପତ୍ତି ବିରୋଧରେ ମ୍ୟାକନିଲ କିନ୍ତୁ ଆଗୁଆ ଅପିଲ କରି ସାରିଥିବା ତାଙ୍କ ପ୍ରବନ୍ଧକ କହିଛନ୍ତି। ଅଲିମ୍ପିକ୍ସ ପୂର୍ବରୁ ଅପିଲର ଶୁଣାଣି ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। କାସ୍ ତାଙ୍କ ଖେଳ ଜୀବନକୁ ଜୀବନ୍ତ ରଖିବା ଉଦ୍ଦେଶ୍ୟ ନେଇ ବ୍ରିୟାନାଙ୍କୁ ଚଳିତ ମାସ ୨୭ ତାରିଖରେ ହେବାକୁ ଥିବା ଆମେରିକା ଦୌଡ଼କୁଦ ଦଳର ଚୟନ ଶିବିରରେ ଯୋଗଦେବାର ଅନୁମତି ପ୍ରଦାନ କରିଛି। ୨୯ ବର୍ଷୀୟା ବ୍ରିୟାନା ରିଓ ଟ୍ରାକ୍‌ରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ୧୦୦ ମିଟର ବାଧାଦୌଡ଼କୁ ସହଜରେ ଜିତି ନେଇଥିଲେ। ତେବେ ଅଲିମ୍ପିକ୍ସର ତିନିଟି ଯାକ ଡୋପ୍ ‌ପରୀକ୍ଷାରେ ଉପସ୍ଥିତ ହୋଇନଥିଲେ। ଫଳରେ ଗୋଟିଏ ବର୍ଷ ପାଇଁ ବାସନ୍ଦ ହୋଇଥିଲେ। ସେଥିପାଇଁ ସେ ୨୦୧୭ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ବି ଅଂଶଗ୍ରହଣ କରି ପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe