ବଲିଉଡରେ ଅଭିନୟକୁ ନେଇ ମନୁଙ୍କ ପ୍ରଥମ ପ୍ରତିକ୍ରିୟା

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଷ୍ଟାର ସୁଟର ମନୁ ଭାକର ବଲିଉଡରେ ଡେବ୍ୟୁ ଓ ବାୟୋପିକକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇ କହିଲେ,‘ମୋର ଖେଳ ଉପରେ ପୁରା ଧ୍ୟାନ ରହିବ।’

ଅଦ୍ୟତନ ହୋଇଛି
wetr

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଷ୍ଟାର ସୁଟର ମନୁ ଭାକର ଓ ତାଙ୍କ କୋଚ ଜସପାଲ ରାଣା ଗୁରୁବାର ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସମୟରେ ମନୁ ଭାକର ବଲିଉଡରେ ଡେବ୍ୟୁ, ବାୟୋପିକ, କ୍ୟାରିୟର ଓ ଆଗାମୀ ଲକ୍ଷ୍ୟ କ’ଣ ରହିଛି ତାହାକୁ ନେଇ ଖୋଲାଖୋଲି ଆଲୋଚନା କରିଥିଲେ।

ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରିଥିଲେ। ମନୁ ଏମିତି ଜଣେ ଖେଳାଳି ଯିଏକି ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ଖାତା ଖୋଲିଥିବା ବେଳେ ଦୁଇଟି ପଦକ ଭାରତ ନାମରେ କରିଥିଲେ। ଏଥିପାଇଁ ମନୁ ଦୀର୍ଘ ୮ବର୍ଷ ଧରି ପରିଶ୍ରମ ବି କରିଛନ୍ତି।

ବଲିଉଡରେ ଡେବ୍ୟୁକୁ ନେଇ ମନୁଙ୍କୁ ପ୍ରଶ୍ନ ପଚରା ଯିବାରୁ ସେ କହିଥିଲେ, ‘ମୋର କାମ ବନ୍ଧୁକ ଚଳନା କରିବା ଓ ଦେଶ ପାଇଁ ଖେଳିବା।  ହଁ ଛୋଟମୋଟ ଅଭିନୟ କରି ପାରିବି। କିନ୍ତୁ ମୋର ସମ୍ପୂର୍ଣ୍ଣ ଧ୍ୟାନ ଖେଳ ଉପରେ ହିଁ ରହିଛି ଓ ରହିଥିବ। ମୋର ଇଚ୍ଛା ବନ୍ଧୁକ ଚାଳନ ଭଳି କିଛି ଭୂମିକା ମିଳିଲେ ନିଶ୍ଚୟ କରିବି।’

ମନୁଙ୍କୁ ତାଙ୍କ ବାୟୋପିକକୁ ନେଇ ପ୍ରଶ୍ନ ପଚରା ଯିବାରୁ ସେ କହିଥିଲେ, ‘ଏଥିପାଇଁ ଅନେକ ସମୟ ଏବେ ବାକି ଅଛି।  ମୋର କ୍ୟାରିୟର ଦୀର୍ଘ ଅଛି। ବାୟୋପିକ ପାଇଁ ମୋତେ ଅନେକ ବର୍ଷ ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe