ନୂଆଦିଲ୍ଲୀ: ଦୁଇ ଥରର ଅଲିମ୍ପିକ୍‌ ପଦକ ବିଜେତା ଭାରତୀୟ ଜାଭ୍‌ଲିନ୍‌ ତାରକା ନୀରଜ ଚୋପ୍ରା ତାଙ୍କ ପ୍ରିସିଜିନ୍‌ ଅଭ୍ୟାସ ଦକ୍ଷିଣ ଆଫ୍ରିକାର ପୋଚେଷ୍ଟ୍ରମ୍‌ରେ ନୂଆ ପ୍ରଶିକ୍ଷକ ଜୟ ଚୌଧୁରୀଙ୍କ ତତ୍ତ୍ବାବଧରନରେ ଆରମ୍ଭ କରିଦେଇଛନ୍ତି। କ୍ରୀଡ଼ା ମନ୍ତ୍ରାଳୟର ମିସନ ଅଲିମ୍ପିକ୍‌ ସେଲ୍‌ (ଏମ୍‌ଓସି) ଜୟଙ୍କ ନେତୃତ୍ବରେ ୩୨ ଦିନିଆ ପ୍ରଶିକ୍ଷଣ ଶିବିର ଲାଗି ଅନୁମୋଦନ ପରେ ନୀରଜ ଅଭ୍ୟାସ ଆରମ୍ଭ କରିଛନ୍ତି।

Advertisment

ଗତ ସପ୍ତାହରେ ପୂର୍ବତନ ପ୍ରଶିକ୍ଷକ ଚେକ୍‌ କିଂବଦନ୍ତି ଜାନ୍‌ ଜେଲେଜ୍‌ନିଙ୍କ ସଂପର୍କ ତୁଟାଇ ଭାରତର ନାମି ପ୍ରଶିକ୍ଷକ ଜୟଙ୍କ ସହ କାର୍ଯ୍ୟକରିବେ ବୋଲି ନିଷ୍ପତ୍ତି ନେଇଥିଲେ। ବିଶ୍ବର ବଡ଼ ଜାଭଲିନ୍‌ ଥ୍ରୋ ପ୍ରଶିକ୍ଷଣ କେନ୍ଦ୍ର ଭାବେ ପରିଚିତ ପୋଚେଷ୍ଟ୍ରମ୍‌ରେ ସଂପ୍ରତି ୨୮ ବର୍ଷୀୟ ନୀରଜ ଅଛନ୍ତି। ଫେବ୍ରୁଆରି ୫ ତାରିଖ ପର୍ଯ୍ୟନ୍ତ ସେଠାରେ ପ୍ରଶିକ୍ଷଣ ନେବା ଲାଗି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ୧୧.୮୦ ଲକ୍ଷ ଟଙ୍କା ସହୟତା ରାଶି ପ୍ରଦାନ କରିଛି।

ଆହୁରି ପଢ଼ନ୍ତୁ: Iran Conflict: ଇରାନରେ ଭୟଙ୍କର ସ୍ଥିତି: ମରଶରୀର ରଖିବାକୁ ନାହିଁ ସ୍ଥାନ!

ନୀରଜଙ୍କ ଅଭ୍ୟାସ ଶିବିର

ନୀରଜଙ୍କ ଅଭ୍ୟାସ ଶିବିରରେ ତାଙ୍କର ବହୁଦିନର ଫିଜିଓଥେରାପିଷ୍ଟ ଇଶାନ ମରୱାଙ୍କୁ ମଧ୍ୟ ସାମିଲ କରାଯାଇଛି। ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ୍‌ ସ୍କିମ୍‌ (ଟପ୍‌ସ)ରେ ଏଲିଟ୍‌ ଆଥ୍‌ଲେଟ୍‌ସମାନଙ୍କୁ ଆର୍ଥିକ ଓ ଲଜିଷ୍ଟିକ୍‌ ସହାୟତା ଦେବା ନିଷ୍ପତି ଲାଗି ନୂଆଦିଲ୍ଲୀଠାରେ ଏମ୍‌ଓସିର ବୈଠକ ହୋଇଥିଲା। ଏହି ବୈଠକରେ ନୀରଜଙ୍କ ବିଷୟରେ ଆଲୋଚନା ହେବା ସହ ଅନୁମୋଦନ ଦିଆଯାଇଥିଲା। ଏଥିସହ ଏହି ବୈଠକରେ ବିଭିନ୍ନ ବିଭାଗର କ୍ରୀଡ଼ାବିତଙ୍କ ପ୍ରସ୍ତାବ ପାଇଁ ମୋଟ ୧.୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଆହୁରି ପଢ଼ନ୍ତୁ: Nipah Virus Case: ନିପା ଭାଇରସ କେତେ ବିପଦପୂର୍ଣ୍ଣ, କେତେବେଳେ ଜୀବନ ବଞ୍ଚାଇବା କଷ୍ଟକର ହୋଇଯାଏ?