କଳିଙ୍ଗରେ ହେବ ଅଲିମ୍ପିକ୍‌ କ୍ୱାଲିଫାୟର: ଅନ୍ତର୍ଜାତୀୟ ହକି ଫେଡେରେସନ୍‌ ମୁଖ୍ୟ

Advertisment
କଳିଙ୍ଗରେ ହେବ ଅଲିମ୍ପିକ୍‌ କ୍ୱାଲିଫାୟର: ଅନ୍ତର୍ଜାତୀୟ ହକି ଫେଡେରେସନ୍‌ ମୁଖ୍ୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ସୁବିଧା ଅଛି। ହକି ପାଇଁ ଏଠାରେ ଆନୁସଙ୍ଗିକ ସୁବିଧା ଥିବାରୁ ଅନ୍ତର୍ଜାତୀୟ ହକି ଫେଡେରେସନ୍‌ ଖୁସି ଅନୁଭବ କରିଛି। ଆଗାମୀ ଦିନରେ ଅଲିମ୍ପିକ୍‌ କାଲିଫାୟର ଏଠରେ ଅନୁଷ୍ଠିତ ହେବ ବୋଲି ରବିବାର ଅନ୍ତର୍ଜାତୀୟ ହକି ଫେଡେରେସନର ମୁଖ୍ୟ ନରେନ୍ଦ୍ର ବାର୍ତ୍ରା ଏହି ସୂଚନା ଦେଇଛନ୍ତି। ବର୍ଷ ୨୦୧୯ରେ ଅଲିମ୍ପିକ କ୍ୱାଲିଫାୟାର ମ୍ୟାଚ କଳିଙ୍ଗ ହକି ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଚତୁର୍ଦ୍ଧଶ ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଯାପନୀ ଦିବସ ଅବସରେ ନରେନ୍ଦ୍ର ବାତ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାମ୍ପିଅନ ଟିମ୍‌ ବେଲଜିୟମ୍‌କୁ ଟ୍ରଫି ପ୍ରଦାନ କରିଥିଲେ।

publive-image

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ବେଲଜିୟମ୍‌ ଚାମ୍ପିଅନ୍‌ ହୋଇଛି। ବିଶ୍ୱ ବିଜେତା ଭାବରେ ନିଜର ନୂତନ ପରିଚୟ ସୃଷ୍ଟି କରି ଇତିହାସ ରଚିଛି। ବେଲଜିୟମ ପ୍ରଥମ ଥର ଫାଇନାଲରେ ପ୍ରବେଶ ନେଦରଲାଣ୍ଡସ୍‌କୁ ପେନାଲଟି ସୁଟ୍‌ଆଉଟ୍‌ରେ ୩-୨ ଗୋଲରେ ପରାସ୍ତ କରିଛି। ଚଳିତ ବିଶ୍ୱକପ୍‌ର ଫାଇନାଲ୍‌ ମ୍ୟାଚ ରୋମାଂଚକ ଥିଲା। ବେଲଜିୟମ୍‌ ଯଦିଓ ଶନିବାର ଇଂଲଣ୍ଡ ବିପକ୍ଷରେ ଏକତରଫା ୬-୦ ଗୋଲରେ ବିଜୟୀ ହୋଇଥିଲା, ନେଦରଲାଣ୍ଡସ୍‌ର ଖେଳାଳିଙ୍କ ସମ୍ମୁଖରେ ଆଜି ପ୍ରାଧାନ୍ୟ ବିସ୍ତାର କରିପାରୁ ନଥିଲା। ମ୍ୟାଚ୍‌ରେ କୌଣସି ଗୋଲ ନ ହେବା ପରେ ପେନାଲ୍‌ଟି ସୁଟ୍‌ଆଉଟ୍‌ର ସାହାଯ୍ୟ ନିଆଯାଇଥିଲା।

ପ୍ରଥମ ଥର ଚାମ୍ପିଅନ ହୋଇ ଇତିହାସ ରଚିଥିବା ବେଲଜିୟମ୍‌ ପାଇଁ କଳିଙ୍ଗ ହକି ଗ୍ରାଉଣ୍ଡ ସ୍ମରଣୀୟ ରହିବ। ସେହିପରି ବିଶ୍ୱକପ୍‌ର ରୌପ୍ୟ ପଦକ ବିଜେତା ନେଦରଲାଣ୍ଡସ୍‌ ମଧ୍ୟ ଭୁବନେଶ୍ୱରର ଅନୁଭୂତି ଭୁଲି ପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe