ଅଲିମ୍ପକ୍‌ ବିଜେତା ମୋ ଫାରାଙ୍କୁ ନାଇଟ୍‌ହୁଡ୍‌

Advertisment
ଅଲିମ୍ପକ୍‌ ବିଜେତା ମୋ ଫାରାଙ୍କୁ ନାଇଟ୍‌ହୁଡ୍‌

ଲଣ୍ଡନ୍‌: ବ୍ରିଟେନ୍‌ର ସବୁଠୁ ସଫଳ ଧାବକ ମୋ ଫାରାଙ୍କୁ ମିଳିଲା ନାଇଟ୍‌ହୁଡ୍‌। ଏହି ଚାରିଥରର ଅଲିମ୍ପିକ୍ସ ବିଜେତା ଗୁରୁବାର ବକିଙ୍ଗ୍‌ହାମ୍‌ ପ୍ୟାଲେସ୍‌ଠାରେ ରାଣୀ ଏଲ୍‌ଜାବେଥ୍‌ଙ୍କଠୁ ଏହି ସମ୍ମାନ ଗ୍ରହଣ କରିଥିଲେ। ସମସ୍ତେ ଜୀବନରେ କିଛି କରିବା ଏବଂ କିଛି ହେବା ପାଇଁ ସ୍ୱପ୍ନ ଦେଖିଥାନ୍ତି। ଏହି ସ୍ୱପ୍ନ ଯେବେ ସାକାର ହୁଏ ଖୁବ୍‌ ଖୁସି ଲାଗେ ବୋଲି ଫାରା କହିଛନ୍ତି। ମୁଁ ଯେତେବେଳେ ୮ ବର୍ଷର ହୋଇଥିଲି ସେତେବେଳେ ଇଂଲଣ୍ଡକୁ ଆସିଥିଲି। ଇଂଲିସ୍‌ ମଧ୍ୟ ଶିଖିନଥିଲି। ସେହି ଦେଶରେ ମୋତେ ଏଭଳି ସମ୍ମାନ ମିଳିଥିବାରୁ ତାହାକୁ ପ୍ରକାଶ କରିବାକୁ ଭାଷା ମିଳୁନି ବୋଲି ଫରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe