ଅଲିମ୍ପିକ୍ସ ୨୦୨୪: କାଂସ୍ୟ ପାଇଁ ଲଢ଼ିବେ ଅମନ

Advertisment
ଅଲିମ୍ପିକ୍ସ ୨୦୨୪: କାଂସ୍ୟ ପାଇଁ ଲଢ଼ିବେ ଅମନ

ଭାରତୀୟ କୁସ୍ତିବିତ୍‌ ଅମନ ସେରାୱତ୍ କାଂସ୍ୟ ପାଇଁ ଶୁକ୍ରବାର ବାଉଟ୍‌କୁ ଓହ୍ଲାଇବେ। କାଂସ୍ୟ ମୁକାବିଲା‌ରେ ସେ ଉଜବେକିସ୍ତାନର ଗୁଲୋମଜୋନ ଅବଦୁଲାଏଭଙ୍କୁ ଭେଟିବେ। ଗୁରୁବାର ପୁରୁଷ ୫୭ କିଲୋଗ୍ରାମ ଫ୍ରି-ଷ୍ଟାଇଲ୍ କୁସ୍ତି ସେମିଫାଇନାଲ୍‌ରେ ଅମନ ପ୍ରଥମ ୩ ମିନିଟ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଜାପାନ୍‌ର ରେଇ ହିଗୁଚିଙ୍କଠୁ ୦-୧୦ (ଟେକ୍ନିକାଲ ସୁପିରିଅଟି)ରେ ହାରି ଯାଇଛନ୍ତି। ଏହା ପୂର୍ବରୁ ୨୧ ବର୍ଷୀୟ ଅମନ କ୍ବାର୍ଟରଫାଇନାଲ୍‌ରେ ଆଲବାନିଆର ପୂର୍ବତନ ବିଶ୍ବ ଚାମ୍ପିଅନ୍ ଜେଲିମଖାନ୍ ଆବାକାରୋଭଙ୍କ ବିପକ୍ଷରେ ୧୨-୦ରେ ଆଗୁଆ ରହିବା ପରେ ଟେକ୍ନିକାଲ ସୁପିରିଅଟିରେ ବିଜୟୀ ହୋଇଥିଲେ। ପ୍ରି-କ୍ବାର୍ଟରରେ ସେ ନର୍ଥ ମାସିଡୋନିଆର ଭ୍ଲାଦିମିର ଇଗୋରୋଭଙ୍କୁ ଏକତରଫା ଭାବେ ୧୦-୦ରେ ଧରାଶାୟୀ କରି କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ରବି କୁମାର ଦାହିୟା ଏହି ଓଜନ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ଅମନ ଅଲିମ୍ପିକ୍ସ ଲାଗି ହୋଇଥିବା ଜାତୀୟ ଚୟନ ପ୍ରକ୍ରିୟାରେ ରବିଙ୍କୁ ହରାଇ ପ୍ୟାରିସ୍‌ ଟିକେଟ ନିଶ୍ଚିତ କରିଥିଲେ।

ପ୍ରି-କ୍ବାର୍ଟରରେ ହାରିଲେ ଅଂଶୁ ମହିଳା ୫୭ କିଲୋଗ୍ରାମରେ ଅଂଶୁ ମଲ୍ଲିକ ପ୍ରି-କ୍ବାର୍ଟରଫାଇନାଲ୍‌ରେ ଆମେରିକାର ହେଲେନ ଲୁଇସ୍ ମାରୁଲିସଙ୍କଠାରୁ ୨-୭ରେ ହାରି ବିଦାୟ ନେଇଛନ୍ତି। ପ୍ରଥମ ରାଉଣ୍ଡ୍‌ରେ ମାରୁଲିସଙ୍କୁ କଡ଼ା ଟକ୍କର ଦେବା ସତ୍ତ୍ବେ ୦-୨ରେ ପଛୁଆ ରହିଥିଲେ ସେ। ଦ୍ବିତୀୟ ରାଉଣ୍ଡରେ କିନ୍ତୁ ମାରୁଲିସ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଆଉ ୫ ପଏଣ୍ଟ୍‌ ହାସଲ କରିନେଇଥିଲେ। ଅଂଶୁ ମଧ୍ୟ ୨ ପଏଣ୍ଟ୍‌ ପାଇଥିଲେ। ତେବେ ଏହା ବିଜୟ ପାଇଁ ଯଥେଷ୍ଟ ହୋଇ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe