ଅଲିମ୍ପିକ୍ସ ୨୦୨୪: ଲକ୍ଷ୍ୟଠାରୁ ଗୋଟିଏ ବିଜୟ ଦୂ‌ରରେ ଲକ୍ଷ୍ୟ

Advertisment
ଅଲିମ୍ପିକ୍ସ ୨୦୨୪: ଲକ୍ଷ୍ୟଠାରୁ ଗୋଟିଏ ବିଜୟ ଦୂ‌ରରେ ଲକ୍ଷ୍ୟ

ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ ଶୁକ୍ରବାର ଇତିହାସ ରଚିଛନ୍ତି। ‌ପ୍ରଥମ ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାବେ ଅଲିମ୍ପିକ୍ସ ଏକକ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଚମତ୍କାର ପ୍ରତ୍ୟାବର୍ତନ କରିବା ସହ ୨୦୨୧ ବିଶ୍ବ କାଂସ୍ୟ ବିଜେତା ଲକ୍ଷ୍ୟ ଶୁକ୍ରବାର କ୍ବ‌ାର୍ଟରଫାଇନାଲ୍‌ରେ ୧୯-୨୧, ୨୧-୧୫, ୨୧-୧୨ରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ଚାଇନିଜ୍‌ ତାଇପେର ଚେନ୍‌ ତିନ୍‌ ଚୋଉଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ‌ଗେମ୍‌କୁ ମାତ୍ର ଦୁଇ ପଏଣ୍ଟରେ ହାରିଥିବା ଲକ୍ଷ୍ୟ ପରବର୍ତ୍ତୀ ଦୁଇ ଗେମ୍‌ରେ ଚମତ୍କାର ଖେଳି କରି ଚୋଉଙ୍କୁ ପଛରେ ପକାଇ ‌ବିଜୟ ବାନା ଉଡ଼ାଇଥିଲେ। ଏହି ବିଜୟ ଫଳରେ ସେ ଅଲିମ୍ପିକ୍ସ ପଦକଠୁ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି। ପୂର୍ବରୁ ବ୍ୟାଡ୍‌ମିଣ୍ଟନରେ ଭାରତକୁ ୩ ପଦକ ଆସିଛି। ହେଲେ ଏହି ସମସ୍ତ ପଦକ ମହିଳା ଖେଳାଳି ଜିତିଛନ୍ତି। ସାଇନା ନେହୱାଲ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ କାଂସ୍ୟ ଜିତିଥିଲା ବେଳେ ପିଭି ସିନ୍ଧୁ ୨୦୧୬ ରିଓରେ ରୌପ୍ୟ ଓ ୨୦୨୦ ଟୋକିଓରେ କାଂସ୍ୟ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe