ଜାତୀୟ ଟ୍ରାଏଥଲନ୍‌ରେ ପ୍ରଣବଙ୍କୁ ଯୁଗଳ ପଦକ

ଜାତୀୟ ଟ୍ରାଏଥଲନ୍‌ରେ ପ୍ରଣବଙ୍କୁ ଯୁଗଳ ପଦକ

ଭୁବନେଶ୍ବର: ଓଡ଼ିଆ ଟ୍ରାଏଥଲନ୍‌ ଆଥଲେଟ୍‌ ପ୍ରଣବ ଦାସ ହାଇଦ୍ରାବାଦରେ ଆୟୋଜିତ ଜାତୀୟ ଓପନ୍‌ ଟ୍ରାଏଥଲନ୍‌ ରୢାଙ୍କିଂ ପ୍ରତିଯୋଗିତାରେ ଯୁଗଳ ପଦକ କରାୟତ୍ତ କରିଛନ୍ତି। ଶନିବାର ଅନୁଷ୍ଠିତ ପୁରୁଷ ସୁପର ସ୍ପ୍ରିଣ୍ଟ ଟ୍ରାଏଥଲନ (୩୫୦ ମିଟର ସନ୍ତରଣ, ୭.୫ କିମି ସାଇକେଲିଂ, ୨.୫ କିମି ଦୌଡ଼)କୁ ୨୬ ମିନିଟ୍‌ ୫୭ ସେକେଣ୍ଡରେ ଶେଷ କରି ରୌପ୍ୟ ପଦକ ହାସଲ କରିଛନ୍ତି। ସର୍ଭିସେସ୍‌ର ସୈଖୋମ ବିଶ୍ୱଜିତ୍ ସିଂହ (୨୬ ମିନିଟ୍‌ ୫୫ ସେକେଣ୍ଡ) ସ୍ୱର୍ଣ୍ଣ ଜିତିଥିଲା ‌ବେଳେ ମଣିପୁରର ମୟଙ୍ଗଲମ୍ବମ ନିବାସ ସିଂହ (୨୬ ମିନିଟ୍‌ ୫୮ ସେକେଣ୍ଡ) କାଂସ୍ୟ ପାଇଥିଲେ।

ରବିବାର ‌ଶେଷ ଦିନରେ ଅନୁଷ୍ଠିତ ଆକ୍ବାଥଲନ୍‌ (୪୫୦ ମିଟର ସନ୍ତରଣ, ୩.୭୫ କିମି ଦୌଡ଼)କୁ ୧୯ ମିନିଟ୍‌ ୫୩.୯୩ ସେକେଣ୍ଡରେ ଶେଷ କରି କାଂସ୍ୟ ପଦକ ଜିତିଛନ୍ତି। ମଧ୍ୟପ୍ରଦେଶର ରୋଶନ ଗୋଣ୍ଡ (୧୯ ମିନିଟ୍‌ ୨୧ସେକେଣ୍ଡ) ଓ ଅଙ୍କୁର ଚାହର (୧୯ ମିନିଟ୍‌ ୨୭ ସେକେଣ୍ଡ)ଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଥିଲା। ଆଘାତ ଜନିତ କାରଣରୁ ୬ ମାସ ପ୍ରତିଯୋଗିତାରୁ ଦୂରେଇ ରହିବା ପରେ ପ୍ରଣବ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe