ଗଲ୍‌ ଟେଷ୍ଟ୍‌ର ପ୍ରଥମ ଦିନ ୧୨ ୱିକେଟ୍‌ ଝଡ଼ିଲା: ଶ୍ରୀଲଙ୍କା ୨୨୨; ପାକିସ୍ତାନ ୨୪/୨

Advertisment
ଗଲ୍‌ ଟେଷ୍ଟ୍‌ର ପ୍ରଥମ ଦିନ ୧୨ ୱିକେଟ୍‌ ଝଡ଼ିଲା: ଶ୍ରୀଲଙ୍କା ୨୨୨; ପାକିସ୍ତାନ ୨୪/୨

ESPNcricinfo

ଗଲ୍‌: ଶ୍ରୀଲଙ୍କା-ଅଷ୍ଟ୍ରେଲିଆ‌ ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିବସରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା ବେଳେ ମୋଟ ୨୪୬ ରନ୍‌ ମଧ୍ୟରେ ଉଭୟ ଦଳର ୧୨ ୱିକେଟ୍‌ ଝଡ଼ିଯାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଘରୋଇ ଶ୍ରୀଲଙ୍କା‌ ୨୨୨ ରନ୍‌ (୬୬.୧ ଓଭର)ରେ ସମସ୍ତ ୱିକେଟ୍‌ ହରାଇଥିଲା ବେଳେ ପାକିସ୍ତାନ ୨ ୱିକେଟ୍‌ ବିନିମୟରେ ୨୪ ରନ୍‌ (୧୮ ଓଭର) କରିଛି। ଫଳରେ ହାତରେ ୮ ୱିକେଟ୍‌ ଥାଇ ଭ୍ରମଣକାରୀ ପାକିସ୍ତାନ ୧୯୮ ରନ୍‌ ପଛରେ ରହିଛି।

ଟସ୍‌ ହାରି ପ୍ରଥମେ ବୋଲିଂ ପାଇଥିବା ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦି (୫୮/୪), ହାସନ ଅଲ୍ଲୀ (୨୩/୨), ୟାସିର ଶାହା (୬୬/୨), ନସିମ ଶାହା (୫୩/୧) ଏବଂ ମହମ୍ମଦ ନୱାଜ (୧୮/୧) ଚମତ୍କାର ବୋଲିଂ କରିଥିଲେ। ଫଳରେ ଦୀନେଶ ଚାନ୍ଦିମାଳ (୭୬)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଶ୍ରୀଲଙ୍କା ପ୍ରଥମ ପାଳି ୨୨୨ରେ ସଫା ହୋଇଯାଇଥିଲା। ଅନ୍ୟ ସିଂହଳୀ ବ୍ୟାଟର୍‌ଙ୍କ ମଧ୍ୟରେ ମହେଶ ଥିକ୍‌ସାନା ୩୮, ଓପ୍‌ନର ଓସାଦା ଫର୍ନାଣ୍ଡୋ ୩୫, କୁସାଲ ମେଣ୍ଡିସ ୨୧ ରନ୍‌ର ଯୋଗଦାନ ରଖିଥିଲେ। ଜବାବ‌ରେ ପ୍ରଥମ ଦିବସର ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ପାକିସ୍ତାନ ଉଭୟ ଓପ୍‌ନର ଅବ୍‌ଦୁଲ୍ଲା ସଫିକ୍‌ (୧୩) ଓ ଇମାମ ଉଲ୍‌ ହକ୍‌ (୨)ଙ୍କ ୱିକେଟ୍‌ ହରାଇଛି। ଆଝାର ଅଲ୍ଲୀ ୩ ଓ ଅଧିନାୟକ ବାବର ଆଜମ୍‌ ୧ ରନ୍‌ କରି କ୍ରିଜ୍‌ରେ ରହିଛନ୍ତି। ଶ୍ରୀଲଙ୍କା ପକ୍ଷରୁ କାସୁନ ରଜିଥା ଓ ପ୍ରବଧ ଜୟସୂରିଆ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe