ଚେନ୍ନାଇ ଟେଷ୍ଟ: ତୃତୀୟ ଦିନରେ ବାଂଲାଦେଶ ସ୍ଥିତି ସଙ୍କଟରେ...

Advertisment

ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଏକ ବଡ଼ ବିଜୟ ପାଇଁ ଭାରତୀୟ ଦଳ ଆଶାବାଦୀ ରହିଛି। ୨୮୭ ରନ୍‌ରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ବାଂଲାଦେଶ ପାଇଁ ୫୧୫ ରନ୍‌ର ଲକ୍ଷ୍ୟ ରହିଛି। ଦଳ ୪ ୱିକେଟ୍ ହରାଇ ତୃତୀୟ ଦିନ ଶେଷ ସୁଦ୍ଧା ୧୫୮ ରନ୍ ସ୍କୋର କରିଛି....

Updated On

ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଏକ ବଡ଼ ବିଜୟ ପାଇଁ ଭାରତୀୟ ଦଳ ଆଶାବାଦୀ ରହିଛି। ୨୮୭ ରନ୍‌ରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ବାଂଲାଦେଶ ପାଇଁ ୫୧୫ ରନ୍‌ର ଲକ୍ଷ୍ୟ ରହିଛି। ଦଳ ୪ ୱିକେଟ୍ ହରାଇ ତୃତୀୟ ଦିନ ଶେଷ ସୁଦ୍ଧା ୧୫୮ ରନ୍ ସ୍କୋର କରିଛି....

ଅଦ୍ୟତନ ହୋଇଛି
10ababab

ଚେନ୍ନାଇ: ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ଏକ ବଡ଼ ବିଜୟର ଆଶା ରଖିଛି। ଶତକ ସହ ଋଷଭ ପନ୍ତ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଶୁବମାନ ଗିଲ ମଧ୍ୟ ଏକ ଶତକ ସ୍କୋର କରି ରେଡ ବଲ କ୍ରିକେଟରେ ନିଜର ପ୍ରାଧାନ୍ୟ ପ୍ରମାଣ କରିଥିଲେ।

ଏହି କାରଣରୁ ଶନିବାର ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତ ବାଂଲାଦେଶ ଉପରେ ନିଜର ପତିଆରା ଜାହିର କରିଛି। ବାଂଲାଦେଶ  ୫୧୫ ରନ୍‌ର ଲକ୍ଷ୍ୟର ପିଛା କରି  ୩୭.୨ ଓଭରରେ ୪ ୱିକେଟ୍ ହରାଇ ୧୫୮ ରନ୍ ସଂଗ୍ରହ କରିଛି। ଦଳର ସ୍କୋର ପ୍ରଥମ ଇନିଂସଠାରୁ ଆଗରେ ରହିଛି, ତଥାପି ଦଳ ଆଗରେ ୩୫୭ ରନ୍‌ର ଟାର୍ଗେଟ ରହିଛି।

ଖରାପ ଆଲୋକ ଯୋଗୁ ତୃତୀୟ ଦିନ ମ୍ୟାଚ୍ ଧାର୍ଯ୍ୟ ସମୟ ପୂର୍ବରୁ ‌ସମାପ୍ତି ଘୋଷଣା କରାଯାଇଥିଲା। ସେତେବେଳେ ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ ୪ ଟି ଚୌକା ଓ ୩ ଛକା ସହାୟତାରେ ୬୦ ବଲରେ ୫୧ ରନରେ ଖେଳୁଥିବାବେଳେ ଶାକିବ ଅଲ ହାସନ ୧୪ ବଲରେ ୫ରନ କରି ଅପରାଜିତ ରହିଥିଲେ।

ରବିଚନ୍ଦ୍ରନ ଅଶ୍ୱିନ୍ ଭାରତ ପାଇଁ ୩ ୱିକେଟ୍ ନେଇଥିବାବେଳେ ଗୋଟିଏ ୱିକେଟ୍ ଜସପ୍ରୀତ ବୁମ୍ରାଙ୍କ ଖାତାକୁ ଯାଇଛି। ଏହା ପୂର୍ବରୁ ତୃତୀୟ ଦିନରେ ଭାରତ ୩ ୱିକେଟ୍ ପାଇଁ ୮୧ ରନ୍ ସଂଗ୍ରହ କରି ଚାରି ୱିକେଟ୍‌ରେ ୨୮୭ ରନ୍‌ରେ ଇନିଂସ ଘୋଷଣା କରିଥିଲା। ଭାରତ ପାଇଁ ପନ୍ତ ୧୦୯ ଓ ଶୁବମାନ ଗିଲ ୧୧୯ ରନ୍ ସ୍କୋର କରିଥିଲେ।

ଡିସେମ୍ବର ୨୦୨୦ରେ ଏକ କାର ଦୁର୍ଘଟଣା ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ପନ୍ତ ମାତ୍ର ୧୨୪ ବଲରେ ଷଷ୍ଠ ଟେଷ୍ଟ ଶତକ ପୂରଣ କରିଥିଲେ। ସେ ୧୩ ଚୌକା ଓ ଚାରି ଛକା ମାରିଥିଲେ। ଗିଲ ନିଜର ପଞ୍ଚମ ଟେଷ୍ଟ ଶତକ ହାସଲ କରିଥିବାବେଳେ ସେ ୧୭୬ ବଲ୍‌ରେ ୧୦  ଚୌକା ଓ ୪ ଛକା ମାରିଥିଲେ । ଚତୁର୍ଥ ୱିକେଟ୍ ପାଇଁ ଉଭୟ ୨୧୭ ବଲରେ ୧୬୭ରନ୍ ଯୋଡିଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe