ଦୁବାଇ: ଲୟରେ ଥିବା ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାର ପଞ୍ଚମ ସ୍ଥାନକୁ ଲମ୍ଫ ଦେଇଥିଲା ବେଳେ ଅଧିନାୟକ ବିରାଟ କୋହଲି ଶୀର୍ଷରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ୪-୧ ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା ରୋହିତ ୪ ସ୍ଥାନ ଉଠିଛନ୍ତି। ଏହି ଶୃଙ୍ଖଳାରେ ରୋହିତ ଗୋଟିଏ ଶତକ ସହ ମୋଟ ୨୯୬ ରନ୍ କରିଥିଲେ। ଅଜିଙ୍କ୍ୟ ରାହାଣେ ୪ ସ୍ଥାନ ଉପରକୁ ଉଠି ୨୪ରେ ଏବଂ କେଦାର ଯାଦବ ୮ ସ୍ଥାନ ଉଠି ୩୬ତମ ସ୍ଥାନରେ ପହଞ୍ଚିଛନ୍ତି।
ଆଇସିସି ବୋଲିଂ ମାନ୍ୟତାରେ ଦକ୍ଷିଣ ଆଫ୍ରିକା ଲେଗ୍ ସ୍ପିନର ଇମ୍ରାନ ତାହିର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ବାମହାତୀ ସ୍ପିନର ଅକ୍ଷର ପଟେଲ ନିଜ ଜୀବନର ଶ୍ରେଷ୍ଠ ମାନ୍ୟତା ସପ୍ତମ ସ୍ଥାନ ପାଇଛନ୍ତି। ୟୁଜବେନ୍ଦ୍ର ଚହଲ ୨୪ ଏବଂ କୂଳଦୀପ ଯାଦବ ୯ ସ୍ଥାନ ଉପରକୁ ଉଠି ଯଥାକ୍ରମେ ୭୫ ଓ ୮୦ତମ ସ୍ଥାନରେ ରହିଛନ୍ତି।
ଦିନିକିଆ ମାନ୍ୟତା: ପଞ୍ଚମକୁ ଫେରିଲେ ରୋହିତ
Advertisment
Follow Us