www.deccanchronicle.com
କଟକ : ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଭାରତ ସର୍ବାଧିକ ୩ ଥର ୩୦୦ରୁ ଅଧିକ ରନ୍ କରିଛି। ପ୍ରଥମେ ୧୯୯୮ ମସିହାରେ ଜିମ୍ବାେଵ ବିପକ୍ଷରେ ଭାରତ ୩୦୧/୩ ସ୍କୋର କରିଥିଲା ବେଳେ ଦ୍ବିତୀୟ ଥର ପାଇଁ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ୫ ଵିକେଟ୍ ବିନିମୟରେ ୩୬୩ ରନ୍ କରିଥିଲା। ତେବେ ଦଳର ଶେଷ ତ୍ରିଶତକ ବାରବାଟୀରେ ସର୍ବକାଳୀନ କୀର୍ତ୍ତିମାନ କରିଥିଲା। ୨୦୧୭ରେ ଇ˚ଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ୬ ଵିକେଟ୍ କ୍ଷତିରେ ୩୮୧ ରନ୍ର ବିଶାଳ ସ୍କୋର ଛିଡ଼ା କରିଥିଲା। ଏହି ମ୍ୟାଚ୍ରେ ଭାରତ ସ୍କୋର୍କୁ ପିଛା କରି ଇ˚ଲଣ୍ଡ ୮ ଵିକେଟ୍ ହରାଇ ୩୬୬ ରନ୍ କରିଥିଲା। ଫଳରେ ଗୋଟିଏ ମ୍ୟାଚ୍ରେ ୭୪୭ ରନ୍ ସ˚ଗ୍ରହ ହେବା ବାରବାଟୀରେ ଆଉ ଏକ କୀର୍ତ୍ତିମାନ। କ୍ରିକେଟ୍କୁ ଅଧିକ ରୋମାଞ୍ଚକର କରିବା ପାଇଁ ପିଚ୍ ବ୍ୟାଟି˚କୁ ସୁହାଇଲା ଭଳି ପ୍ରସ୍ତୁତ କରାଯାଉଛି। ଯେଉଁଥିପାଇଁ ବିଗତ ଦିନଗୁଡ଼ିକରେ ରନ୍ର ପାହାଡ଼ ଦେଖିବାକୁ ମିଳୁଥିବା ଲକ୍ଷ୍ୟ କରାଯାଇଛି। ବର୍ତ୍ତମାନ ସ୍ଥିତିରେ ଭାରତ ଯେଉଁଭଳି ପ୍ରଦର୍ଶନ ଦେଇ ଗତି କରୁଛି, ଏଥର ମଧ୍ୟ ପୁଣି ଏକ ବଡ଼ ସ୍କୋର୍୍ ହେବା ନେଇ ଆଶା ରଖାଯାଇଛି।
Follow Us