ଗୁରୁବାରରୁ ଦିନିକିଆ: ଶୀର୍ଷ ଛୁଇଁବା ସୁଯୋଗ

ଗୁରୁବାରରୁ ଦିନିକିଆ: ଶୀର୍ଷ ଛୁଇଁବା ସୁଯୋଗ

Cricket bat and ball on green grass of cricket pitch

ଡର୍ବାନ: ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳା ୧-୨ ଫଳାଫଳରେ ଶେଷ ହେବା ପରେ ଗୁରୁବାରଠାରୁ ଆରମ୍ଭ ହେଉଥିବା ୬ ଟିକିଆ ଦିନିକିଆ ଶୃଙ୍ଖଳାରେ ଭାରତୀୟ କ୍ରିକେଟ୍‌ ଦଳ ପାଖରେ ଶୀର୍ଷକୁ ଛୁଇଁବା ସୁଯୋଗ ରହିଛି। ଅର୍ଥାତ୍‌ ଦିନିକିଆ ଶୃଙ୍ଖଳାକୁ ଅନ୍ୟୁନ ୪-୨ ବ୍ୟବଧାନରେ ଜିତିଲେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକାକୁ ହଟାଇ ଆଇସିସି ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନକୁ ଉନ୍ନୀତ ହେବ। ଅନ୍ୟ ପକ୍ଷରେ ଶୃଙ୍ଖଳାକୁ ୩-୩ରେ ଅମୀମାଂସିତ ରଖି ପାରିଲେ ଦକ୍ଷିଣ ଆଫ୍ରିକା ପୂର୍ବ ଭଳି ପ୍ରଥମ ସ୍ଥାନ କାୟମ ରଖି ପାରିବ। ସଂପ୍ରତି ଭାରତ ଆଇସିସି ଦିନିକିଆ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିଲା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ସ୍ଥାନରେ ରହିଛି।

ହେଲେ ଦକ୍ଷିଣ ଆଫ୍ରିକା ୫-୧ରେ ଶୃଙ୍ଖଳା ଜିତିଲେ ଭାରତ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସିବ। ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ୮୭୬ ପଏଣ୍ଟ ସହ ବ୍ୟାଟ୍ସମ୍ୟାନ୍‌ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବ୍ୟାଟିଂର ମେରୁଦଣ୍ଡ ଏବି ଡିଭିଲିୟର୍ସ ତାଙ୍କଠାରୁ ମାତ୍ର ୪ ପଏଣ୍ଟ ପଛରେ ରହି ଦ୍ୱିତୀୟରେ ଅଛନ୍ତି। ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ଵାର୍ନର ତୃତୀୟ, ଭାରତର ରୋହିତ ଶର୍ମା ଚତୁର୍ଥ ଏବଂ ପାକିସ୍ତାନର ବାବର ଆଜମ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ବୋଲର ମାନ୍ୟତାରେ ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ପ୍ରଥମରେ ଥିଲା ବେଳେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ତୃତୀୟରେ ଅଛନ୍ତି। ଭାରତୀୟ ଦ୍ରୁତ ବୋଲର ଯସପ୍ରୀତ ବୁମରା ତୃତୀୟ ସ୍ଥାନରେ ସ୍ଥିର ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe