ଏକଗୋଡ଼ିଆ ଫୁଟ୍‌ବଲ୍‌ ଲିଗ୍‌: ନିଆରା ନିଶାର କାହାଣୀ

Advertisment
ଏକଗୋଡ଼ିଆ ଫୁଟ୍‌ବଲ୍‌ ଲିଗ୍‌: ନିଆରା ନିଶାର କାହାଣୀ

କାଇରୋ: ଉତ୍ସାହ ଆଗରେ ହାର ମାନିବାକୁ ଯାଉଛି ଆହ୍ଵାନ। ଆର୍ଥିକ ଅଭାବ ସାଙ୍ଗକୁ ଖେଳିବାରେ ଅଛି ପ୍ରତିବଂଧକ ଓ ଅନେକ ଅସୁବିଧା। ସବୁକୁ ପଛରେ ପକାଇ ଇଜିପ୍ଟର ଏକ ଫୁଟ୍‌ବଲ୍‌ ଖେଳାଳି ଗୋଷ୍ଠୀ ଖୁବ୍‌ ଶୀଘ୍ର ‘ଏକଗୋଡ଼ିଆ ଫୁଟ୍‌ବଲ୍‌’ ଦଳ ଗଠନ କରିବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ ସେମାନେ ମଧ୍ୟ ଦେଶରେ ଏକ ଦିବ୍ୟାଙ୍ଗ ଫୁଟ୍‌ବଲ୍‌ ଲିଗ୍‌ ଯୋଜନାରେ ଅଛନ୍ତି। ଇଜିପ୍ଟର ୨୫ ଜଣ ଏଭଳି ଖେଳାଳି କାଇରୋରେ ସପ୍ତାହକୁ ଦୁଇ ଥର ଏକାଠି ହେଉଛନ୍ତି ଏବଂ ତାଲିମ ନେଉଛନ୍ତି। ପ୍ରଶିକ୍ଷକ ୟୁସରୀଙ୍କ ଡାକରା ପାଇ ମୁଁ ଖେଳ ଆରମ୍ଭ କରିଥିଲି ଏବଂ ଫ୍ରିଷ୍ଟାଇଲ୍‌ ଫୁଟ୍‌ବଲ୍‌ରେ ତାଲିମ ନେଇଥିଲି ବୋଲି କହିଛନ୍ତି ଦଳର ଅଧିନାୟକ ମହମ୍ମଦ ଇବ୍ରାହିମ ତୌଫିକ୍‌। ୨୦ ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ସେ ଗୋଟିଏ ଗୋଡ଼ ହରାଇଥିଲେ। ଇଜିପ୍ଟର ସମସ୍ତ ଭିନ୍ନକ୍ଷମଙ୍କୁ ଏକାଠି କରି ସଂଘ ଗଢ଼ିବା ସହିତ ଘରୋଇ ଲିଗ୍‌ ଆରମ୍ଭ କରିବା ମଧ୍ୟ ଆମ ଯୋଜନା ରହିଛି ବୋଲି ସେ କହିଛନ୍ତି। ପ୍ରତି ସରକାରଙ୍କୁ ଆମ ଅନୁରୋଧ କରି ଆସିଛୁ। ତଥାପି ସମସ୍ୟାର ଅନ୍ତ ଘଟି ନାହିଁ ବୋଲି କହିଛନ୍ତି ପ୍ରଶିକ୍ଷକ ୟ୍ରୁସରୀ ମହମ୍ମଦ ଇବ୍ରାହିମ୍‌।

ସୂଚନାଯୋଗ୍ୟ, ଗୋଟିଏ ଗୋଡ଼ ହରାଇଥିବା ଅପଙ୍ଗ ଫୁଟ୍‌ବଲ୍‌ର ବିଶ୍ୱକପ୍‌ ଚଳିତ ବର୍ଷ ମେକ୍ସିକୋରେ ଅନୁଷ୍ଠିତ ହେବ। ଏହାର ନିୟମ ନିଆରା। ଗୋଟିଏ ଦଳରେ ୭ ଜଣ ରହୁଥିଲେ ମଧ୍ୟ ଗୋଲରକ୍ଷକର ଗୋଟିଏ ହାତ ନଥିବା ଆବଶ୍ୟକ। ଅଫ୍‌ସାଇଡ୍‌ ନିୟମ ନାହିଁ କି ଖେଳାଳି ବଦଳର ସୀମା ରଖାଯାଇନାହିଁ। ଏ ପର୍ଯ୍ୟନ୍ତ ୪୨ ଦେଶରେ ଜାତୀୟ ଅପଙ୍ଗ ଫୁଟ୍‌ବଲ୍‌ ସଂଘ ରହିଛି। ଏମାନଙ୍କୁ ବିଶ୍ୱ ଅପଙ୍ଗ ଫୁଟ୍‌ବଲ୍‌ ସଂଘ ପରିଚାଳନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe