କଟକ: ଡ୍ରିମ୍ସ ପଡ଼ିଆରେ ଶେଷ ହୋଇଥିବା ଏକ ରୋମାଞ୍ଚକ ମ୍ୟାଚ୍ରେ ଛତିଶଗଡ଼ ୫ ଵିକେଟରେ ହରିଆଣାକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ମୋଟ ୪୨୧ ରନ୍ ସଂଗ୍ରହ ହୋଇଥିଲା ବେଳେ ଶେଷ ବଲ୍ରେ ହିଁ ଛତିଶଗଡ଼ ବାଜି ମାରିଥିଲା।
ଟସ୍ ଜିତି ବ୍ୟାଟି˚ ନେଇଥିବା ହରିଆଣା ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିବା ସତ୍ତ୍ବେ ୫ ଵିକେଟ ବିନିମୟରେ ୨୧୦ ରନ୍ କରିଥିଲା। ୩ ରନ୍ ମଧ୍ୟରେ ଦଳର ପ୍ରମୁଖ ତିନି ବ୍ୟାଟ୍ସମ୍ୟାନ ଆଉଟ ହୋଇଥିଲେ। ହେଲେ ଚତୁର୍ଥ ଵିକେଟରେ ଚୈତନ୍ୟ ବିଷ୍ଣୋଇ ଓ ସୁମିତ କୁମାର ୭୫ ରନ୍ ଯୋଡ଼ିଥିଲେ। ପରେ ସୁମିତ ୪୩ ଓ ପ୍ରମୋଦ ଚାନ୍ଦିଲା ୩୫ ରନ୍ରେ ଆଉଟ ହୋଇଥିଲେ। ପଞ୍ଚମ ଵିକେଟରେ ଚୈତନ୍ୟ ଓ ରାହୁଲ ତେଵାଟିଆ ଦ୍ରୁତ ଖେଳି ଦଳକୁ ୨୦୦ ପାର୍ କରାଇଥିଲେ। ପାଳି ଶେଷ ବେଳକୁ ରାହୁଲ ୧୬ ବଲ୍ରୁ ଅର୍ଧଶତକ ଅର୍ଜନ କରିବା ସହ ୫୯*ରେ ଅପରାଜିତ ରହିଥିଲା ବେଳେ ଚୈତନ୍ୟ ୬୫* ରନ୍ କରିଥିଲେ। ୨୧୧ ରନ୍ର ଲକ୍ଷ୍ୟକୁ ପିଛା କରି ଛତିଶଗଡ଼ ଶେଷ ବଲ୍ରେ ମ୍ୟାଚକୁ ଜିତିପାରିଥିଲା। ରିଷଭ ତିଵାରୀ ୬୨, ହରିପ୍ରୀତ ସି˚ହ ଭାଟିଆ ୪୯, ଅମନଦୀପ ଖାରେ ୬୦ ରନ୍ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ।
ଡ୍ରିମ୍ସରେ ଅନ୍ୟ ଏକ ମ୍ୟାଚ୍ରେ କର୍ଣ୍ଣାଟକ ୧୩୭ ରନ୍ରେ ମିଜୋରାମ୍କୁ ହରାଇଛି। ରୋହନ କଦମ ୭୮, କରୁଣ ନାୟାର ୭୧, ମନୀଷ ପାଣ୍ତେଙ୍କ ଦ୍ରୁତ ୩୩ ରନ୍ ସହାୟତାରେ କର୍ଣ୍ଣାଟକ ୪ ଵିକେଟ ହରାଇ ୨୪୨ ରନ୍ କରିଥିଲା। ଜବାବରେ ମିଜୋରାମ ୬ ଵିକେଟ ବିନିମୟରେ ୧୦୫ ରନ୍ କରିପାରିଥିଲା। ଅଖିଲ ରାଜପୁତ ୪୧, ତରୁଵାର କୋହଲି ୩୬ ରନ୍ କରିଥିଲେ। ଶ୍ରେୟାସ ଗୋପଳ ୪ ଵିକେଟ ଅକ୍ତିଆର କରିଥିଲେ। ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଆସାମ ୨୬ ରନ୍ରେ ବେଙ୍ଗଲକୁ ପରାସ୍ତ କରିଛି। ଶିବଶଙ୍କର ରଏ ୮୩ ଓ ରିୟାନ ପରାଗ ୫୨ ରନ୍ ବଳରେ ଆସାମ ୫ ଵିକେଟ ବିନିମୟରେ ୧୬୨ ରନ୍ କରିଥିଲା। ହେଲେ ଆସାମର ବୋଲି˚କୁ ସାମ୍ନା କରିବାରେ ବିଫଳ ହୋଇ ବେଙ୍ଗଲ ୧୩୬ ରନ୍ରେ ସୀମିତ ରହିଥିଲା।
ଗୋଟିଏ ମ୍ୟାଚ୍େର ୪୨୧ ରନ୍ ଛତିଶଗଡ଼ର ରୋମାଞ୍ଚକର ବିଜୟ
Advertisment
Follow Us