ଦୁଇ ଘଣ୍ଟା ବିଳମ୍ବରେ ଖୋଲିଲା ଲିଙ୍କ୍‌: ୫ ମିନିଟ୍‌ରେ ଅନ୍‌ଲାଇନ୍‌ ଟିକଟ ଶେଷ

Advertisment
ଦୁଇ ଘଣ୍ଟା ବିଳମ୍ବରେ ଖୋଲିଲା ଲିଙ୍କ୍‌: ୫ ମିନିଟ୍‌ରେ ଅନ୍‌ଲାଇନ୍‌ ଟିକଟ ଶେଷ

Ommcom News

କଟକ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ପାଇଁ ଟିକଟ ବିକ୍ରି ବୁଧବାରଠୁ ଆରମ୍ଭ ହୋଇଛି। ହେଲେ ଆରମ୍ଭରୁ ଅନେକ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଛି। ପେଟିଏମ୍‌ ପକ୍ଷରୁ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ହେଁ, ପାଖାପାଖି ଦୁଇଘଣ୍ଟା ବିଳମ୍ବରେ ବୁକି˚ ପାଇଁ ଲିଙ୍କ୍‌ ଦିଆଯାଇଥିଲା। ପେଟିଏମ୍‌ ଓ ଇନ୍‌ସାଇଡର େଵବସାଇଟ୍‌ରେ କେବଳ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ର ବୁକି˚ ଲିଙ୍କ୍‌ ଛଡ଼ାଯାଇଥିଲା। ଦୀର୍ଘ ସମୟ ଧରି ଲିଙ୍କ୍‌ ଛଡ଼ାଯାଇନଥିବାରୁ ଅନେକ କ୍ରୀଡ଼ାପ୍ରେମୀ ନିରାଶ ହୋଇଥିଲେ।

ତେବେ ବିଳମ୍ବରେ ଲିଙ୍କ୍‌ ଦିଆଯାଇଥିଲେ ମଧ୍ୟ ୫ ମିନିଟ୍‌ ମଧ୍ୟରେ ସବୁ ଗ୍ୟାଲେରି ଟିକଟ ବିକ୍ରି ହୋଇଯାଇଥିଲା। ନିଉ ପାଭିଲିଅନ ଓ ଏସି ବକ୍ସ ଟିକଟ ସାମାନ୍ୟ ବିଳମ୍ବରେ ଶେଷ ହୋଇଥିଲା। ଅନଲାଇନ୍‌ ଟିକଟ ବିକ୍ରି ଜନିତ ସମସ୍ୟା ସ˚କ୍ରାନ୍ତରେ ଓସିଏ ସମ୍ପାଦକ ସ˚ଜୟ ବେହେରା ପେଟିଏମ୍‌ର ବୈଷୟିକ ତ୍ରୁଟିକୁ ଦାୟୀ କରିଥିଲେ। ଦିନ ୧୧ଟା ପରେ ଲିଙ୍କ୍‌ ଖୋଲାଯିବାକୁ କୁହାଯାଇଥିଲା। ହେଲେ ବୈଷୟିକ ସମସ୍ୟା ପାଇଁ ଲିଙ୍କ୍‌ ଖୋଲିବାରେ ବିଳମ୍ବ ହୋଇଛି। ଅଳ୍ପ କିଛି ସମୟରେ ସବୁ ଟିକଟ ବିକ୍ରି ହୋଇଯାଇଥିବାରୁ ମ୍ୟାଚ୍‌ ପାଇଁ ଦର୍ଶକଙ୍କ ଉତ୍ସାହ କେତେ ତାହା ଜଣାପଡୁଛି ବୋଲି ସ˚ଜୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe