ଭାରତୀୟ ଦଳରେ କେବଳ ଦୀପଗ୍ରେସ୍‌

Advertisment
ଭାରତୀୟ ଦଳରେ କେବଳ ଦୀପଗ୍ରେସ୍‌

ଭୁବନେଶ୍ବର: ଜୁଲାଇ ପହିଲାରୁ‌ ନେଦରଲାଣ୍ଡ୍ସ ଓ ସ୍ପେନ୍‌ରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ୍‌ ଲାଗି ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଥିବା ଦୀପଗ୍ରେସ୍‌ ଏକ୍କାଙ୍କୁ ଉପ ଅଧିନାୟକ ପଦ ଦିଆଯାଇଛି। ଗୋଲରକ୍ଷିକା ସବିତାଙ୍କୁ ନେତୃତ୍ବ ଦିଆଯାଇଛି। ପୁଲ୍‌ ‘ବି’ରେ ସ୍ଥାନ ପାଇଥିବା ଭାରତ ସହିତ ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍‌, ଚୀନ୍‌ ରହିହଛନ୍ତି। ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ମୁକାବିଲାରେ ହାରିଥିବା ଇଂଲଣ୍ଡକୁ ଜୁଲାଇ ୩ ତାରିଖରେ ଭେଟି ଭାରତ ଅଭିଯାନ ଆରମ୍ଭ କରିବ। ଅଧିକାଂଶ ଅଭିଜ୍ଞ ଖେଳାଳିଙ୍କୁ ମନୋନୀତ କରାଯାଇଥିବା ବେଳେ ପୂର୍ବ ଅଧିନାୟିକା ରାଣୀ ରାମପଲଙ୍କୁ ଉପେକ୍ଷା କରାଯାଇଥିବାରୁ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୪ ବର୍ଷିଆ ଏହି ପ୍ରତ‌ିଯୋଗିତାର ଗତ ସଂସ୍କରଣ ଲଣ୍ଡନ୍‌ରେ ଖେଳାଯାଇଥିବା ବେଳେ ଭାରତ ଆୟର୍ଲାଣ୍ଡ୍‌ ନିକଟରୁ କ୍ବାର୍ଟର ଫାଇନାଲ୍‌ରେ ୧-୩ (୦-୦) ସୁଟ୍‌ ଆଉଟ୍‌ରେ ହାରିଯାଇଥିଲା। ଆୟର୍ଲାଣ୍ଡ୍‌ ରୌପ୍ୟ ପଦକ ପାଇଥିଲା। ଟୋକିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ଦଖଲ କରିଥିବା ଭାରତୀୟ ଦଳ ଏଥର ଯୁବ ଓ ଅଭିଜ୍ଞଙ୍କ ମିଶ୍ରଣରେ ଗଠିତ ହୋଇଛି ବୋଲି ପ୍ରକାଶ କରିଛନ୍ତି ପ୍ରଶିକ୍ଷକ ଜାନେକ୍‌ ଶ୍ଚପମ୍ୟାନ୍‌।

ଭାରତୀୟ ଦଳ
ଗୋଲ୍‌ ରକ୍ଷକ: ସବିତା (ଅଧିନାୟିକା), ବିଚୁ ଦେବୀ ଖରିବାମ୍‌। ଡିଫେଣ୍ଡର: ଦୀପ୍‌ଗ୍ରେସ୍‌ ଏକ୍କା (ଉପଅଧିନାୟିକା), ଗୁର୍‌ଜିତ କୌର, ନିକ୍କି ପ୍ରଧାନ, ଉଦିତା। ମିଡ୍‌ଫିଲ୍‌ଡର: ନିଶା, ସୁଶୀଳା ଚାନୁ ପୁଖ୍ରମବାମ୍‌, ମୋନିକା, ନେହା, ଜ୍ୟୋତି, ନଭ୍‌ଜୋତ୍‌ କୌର, ସୋନିମା, ସାଲିମା ଟେଟେ। ଫରୱାର୍ଡ: ବନ୍ଦନା କାଟାରିୟା, ଲାଲ୍‌ରେମ୍‌ସିଆମୀ, ନଭ୍‌ନୀତ କୌର, ଶର୍ମିଳା ଦେବୀ। ବଦଳ ଖେଳାଳି: ଅକ୍ଷତା ଆବାସୋ ଧେକାଲେ ଓ ସଂଗୀତା କୁମାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe