ଅପରେସନ୍‌ ସିନ୍ଦୂର ପ୍ରଭାବ: ପଞ୍ଜାବର ବଢ଼ିଆ ଆରମ୍ଭ ବେକାର

ଭାରତ-ପାକିସ୍ତାନ ଯୁଦ୍ଧ ପରିପ୍ରେକ୍ଷୀରେ ଗୁରୁବାରର ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି। ଷ୍ଟାଡିୟମ୍‌କୁ ୧୦.୧ ଓଭର ପରେ ବ୍ଲାକଆଉଟ୍ କରାଯିବା ପରେ ପ୍ରଶଂସକ ଓ ଖେଳାଳିଙ୍କୁ ତୁରନ୍ତ ଖାଲି କରିନିଆଯାଇଥିଲା।

dddvdv

ଧର୍ମଶାଳା: ଭାରତ-ପାକିସ୍ତାନ ଯୁଦ୍ଧ ପରିପ୍ରେକ୍ଷୀରେ ଗୁରୁବାରର ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି। ଷ୍ଟାଡିୟମ୍‌କୁ ୧୦.୧ ଓଭର ପରେ ବ୍ଲାକଆଉଟ୍ କରାଯିବା ପରେ ପ୍ରଶଂସକ ଓ ଖେଳାଳିଙ୍କୁ ତୁରନ୍ତ ଖାଲି କରିନିଆଯାଇଥିଲା। ଫ୍ଲଡ ଲାଇଟ୍‌ ଲିଭିଯିବାରୁ ମ୍ୟାଚ୍‌ ବାତିଲ ହେଲା ବୋଲି କୁହାଯାଇଥିଲେ ମଧ୍ୟ ସୁରକ୍ଷା କାରଣରୁ ଏଭଳି କରାଯାଇଛି। ଆଇପିଏଲ୍‌ର ଅବଶିଷ୍ଟ ଭାଗକୁ ନେଇ ମଧ୍ୟ ସନ୍ଦେହ ଘନୀଭୂତ ହୋଇଛି। ଆଇପିଏଲ୍‌ ପରିଚାଳନା ପରିଷଦ ତୁରନ୍ତ ଏକ ଜରୁରୀ ବୈଠକ ଡାକି ଚୂଡାନ୍ତ ନିଷ୍ପତ୍ତି ନେବାକୁ ଯାଉଛି।

ଗୁରୁବାର ମ୍ୟାଚ୍‌ ବାତିଲ ବେଳକୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ୧୦.୧ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୨୨ ରନ୍ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲା। ପ୍ରାରମ୍ଭିକ ଯୋଡ଼ି ପ୍ରିୟାଂଶ ଆର୍ଯ୍ୟ (୩୪ ବଲ୍‌ରୁ ୭୦ ରନ୍‌, ୫ ଚୌକା, ୬ ଛକା) ଏବଂ ପ୍ରଭସିମରନ୍‌ ସିଂହ (୨୮ ବଲ୍‌ରୁ ୫୦* ରନ୍, ୭ ଚୌକା) ଦମ୍‌ଦାର ବ୍ୟାଟିଂ କରିଥିଲେ। ଚଳିତ ଋତୁରେ ଦ୍ବିତୀୟ ମ୍ୟାଚ୍‌ ତଥା ପ୍ରଥମ ଥର ବୋଲିଂ କରିଥିବା ଟି ନଟରାଜନ ଯୁବ ତାରକା ପ୍ରିୟାଂଶଙ୍କୁ ଆଉଟ୍ କରିବା ପରେ ଖେଳ ଅଟକିଥିଲା। ଏହା ପରେ ସମସ୍ତଙ୍କୁ ଷ୍ଟାଡିୟମ୍‌ ଛାଡ଼ିବାକୁ କୁହାଯାଇଥିଲା। ମ୍ୟାଚ୍‌ ବାତିଲ ହୋଇଥିଲେ ମଧ୍ୟ ଉଭୟ ଦଳକୁ ପଏଣ୍ଟ୍‌ ବଣ୍ଟନ କରାଯାଇ ନଥିବାରୁ ଏହି ମ୍ୟାଚ୍‌ର ଫଳାଫଳକୁ ନେଇ ସଂଶୟ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe