ସ୍ପିନର୍‌ ପ୍ରତିଭ‌ା ଚୟନ ପାଇଁ ସୁଯୋଗ ସୃଷ୍ଟି ହେବ: ରାଜୁ

ସ୍ପିନର୍‌ ପ୍ରତିଭ‌ା ଚୟନ ପାଇଁ ସୁଯୋଗ ସୃଷ୍ଟି ହେବ: ରାଜୁ

କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ଭିଜନ୍‌-୨୦୨୪ରେ ଆଜିଠାରୁ ସ୍ପିନର୍‌ କୋଚିଂ ଶିବିର ଆରମ୍ଭ ହୋଇଛି। ଏହି ଶିବିର ୧୫ ଦିନ ଧରି ଚାଲିବ। କୋଚିଂ ଦେବା ପାଇଁ ଆସିଥିବା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ପିନର ଭେଙ୍କଟପତି ରାଜୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପିନ୍‌ର ଟ୍ୟାଲେଣ୍ଟ୍‌ ହଣ୍ଟ୍‌ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ଓସିଏର ଭିଜିନ-୨୪କୁ ପ୍ରଶଂସ‌ା କରିବା ସହିତ ଏଭଳି ଶିବିର ନୂଆ ସ୍ପିନ୍‌ର ପ୍ରତିଭା ସୃଷ୍ଟି କରିବାରେ ପର୍ଯ୍ୟାପ୍ତ ସୁ‌ଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି। ଏଭଳି କାର୍ଯ୍ୟକ୍ରମ କରୁଥିବା ଓସିଏ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ।

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ପ୍ରତିଭା ଚୟନ ଶିବିରରୁ ଚୟନ ହୋଇଥିବା ୪୬ ଜଣ ପ୍ରତିଭା ଏହି ଶିବିରରେ ‌ଯୋଗଦେଇଛନ୍ତି। ୧୪ ବର୍ଷରୁ ୨୧ ବର୍ଷ ବୟସ ବର୍ଗର ପ୍ରତିଭାମ‌ାନେ ଏହି ଶିବିରରେ ଯୋଗଦେଇଛନ୍ତି। ପ୍ରତିଦିନ ତିନୋଟି ପର୍ଯ୍ୟାୟରେ କୋଚିଂ ଦିଆଯିବ। ୧୪ରୁ ୧୬ ବୟସ ବର୍ଗ ପାଇଁ ବୋଲିଂ ଶୈଳୀ ଓ ଶୃଙ୍ଖଳ‌ା ସଂପର୍କରେ ଶିକ୍ଷା ଦିଆଯିବ। ୧୭ରୁ ୨୧ ବୟସ ବର୍ଗ ପାଇଁ ପ୍ରତିଭ‌ା ବିକାଶ,‌ ବୋଲିଂ କୌଶଳ, ମ୍ୟାଚ୍‌ ଖେଳିବାର ମାନସିକତା ବିକାଶକୁ ଗୁରୁତ୍ବ ଦିଆଯିବ। ଦୋଷ ଦୁର୍ବଳତା ଧରିବା ପାଇଁ ଭିଡିଓ ବିଶ୍ଳେଷଣ କରାଯିବ। ଶିବିରରେ ଶେଷ ପର୍ଯ୍ୟାୟରେ ଓଡ଼ିଶା ଦଳର ପ୍ରତିନିଧିତ୍ବ କରିଥିବା ଖେଳାଳିଙ୍କୁ ଭେଙ୍କଟପତି ରାଜୁ କିଛି ମୂଲ୍ୟବାନ ପରାମର୍ଶ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe