Image Courtesy of India Today
ନୂଆଦିଲ୍ଲୀ: କନିଷ୍ଠ କୁସ୍ତିଯୋଦ୍ଧା ସାଗର ଧନକରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଯୁଗଳ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାରଙ୍କ ଜାମିନ ଆବେଦନକୁ ତୀବ୍ର ବିରୋଧ କରାଯାଇଛି। ୨୭ ବର୍ଷୀୟ ଏହି କୁସ୍ତିଯୋଦ୍ଧା କନିଷ୍ଠ ବର୍ଗର କୁସ୍ତିବିତ୍ଙ୍କୁ ବନ୍ୟପ୍ରାଣୀ ଭଳି ବ୍ୟବହାର କରୁଥିଲେ। ସୁଶୀଲଙ୍କ ଜାମିନ ଆବେଦନକୁ ବିରୋଧ କରି ଏସ୍ପିପି ଅତୁଲ କୁମାର ଶ୍ରୀବାସ୍ତବ ଯୁକ୍ତି ବାଢ଼ିଥିଲେ ଯେ, ସେ ବନ୍ୟପ୍ରାଣୀଙ୍କୁ ଶିକାର କରିବା ଭଳି ଆଚରଣ କରୁଥିଲେ, ସାଗର ଧନକରଙ୍କୁ ସେ ବଣୁଆ ଘୁଷୁରିଙ୍କ ଭଳି ଶିକାର କରିଥିଲେ। ସାଗର ଚଟାଣରେ ପଡ଼ି ରହିଥିବା ବେଳେ ସୁଶୀଲ ତାଙ୍କୁ ନିର୍ଦୟ ଭାବେ ପିଟି ଚାଲିଥିଲେ’। ବିରୋଧ ପରେ ସୁଶୀଲଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଯାଇଛି।
ସୁଶୀଲଙ୍କ ପ୍ରଥମ ଜାମିନ ଆବେଦନ କରି ତାଙ୍କ ଓକିଲ ପ୍ରଦୀପ ରାଣା ଯୁକ୍ତି ବାଢ଼ିଥିଲେ ‘ଏହି ମାମିଲାରେ ସାକ୍ଷୀଙ୍କୁ ଯୋଡ଼ିବା ଲାଗି ସମ୍ପୃକ୍ତ ପୁଲିସ୍ ଅଫିସର ଅହେତୁକ ବିଳମ୍ବ କରିଥିଲେ ମଧ୍ୟ କିଛି ଯୁକ୍ତିଗତ କାରଣ ଦର୍ଶାଇନାହାନ୍ତି’। ଯଦି ଘଟଣାସ୍ଥଳରେ ୧୨ ଜଣ ଉପସ୍ଥିତ ଦର୍ଶାଯାଇଛି ଏବଂ ଜଣେ ହେଲେ ସୁଶୀଲଙ୍କ ବିରୋଧରେ ସାକ୍ଷୀ ନାହାନ୍ତି ତେବେ ସପ୍ତାହ ସପ୍ତାହ ଏପରିକି କେତେଜଣଙ୍କ କ୍ଷେତ୍ରରେ ମାସାଧିକ କାଳ ନିଆଯିବା ପୁଲିସ୍ର ଅଭିସନ୍ଧୀକୁ ଦର୍ଶାଉଛି’। ଜରୁରି ସ୍ବାସ୍ଥ୍ୟ ସମସ୍ୟା ଥିବାରୁ ପୁଲିସ୍ ଅଫିସର ଜଣଙ୍କ ୪୦ ଦିନ ପରେ ବିବୃତ୍ତି ରେକର୍ଡ କରିଛନ୍ତି, ବର୍ଷକ ପରେ ଆସିଲେ ବି ଏହା କରାଯାଇପାରିବ ବୋଲି ଏସପିପି ଶ୍ରୀବାସ୍ତବ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ପୁଲିସ୍ ଏହି ମାମଲାରେ ୧୩ ଜଣଙ୍କ ନାମରେ ଅଭିଯୋଗଫର୍ଦ୍ଦ ଜାରି କରିଛି। ଏମାନଙ୍କ ନାମରେ ୩୦୨, ୩୦୭, ୧୪୭, ୧୨୦ ଆଇପିସି ଧାରାରେ ଅଭିଯୋଗ ରହିଛି। ମୋଟ ୧୫୫ ଜଣଙ୍କୁ ସାକ୍ଷୀ ରଖାଯାଇଛି।
Follow Us