ଓଡ଼ିଶା ମୁଷ୍ଟିଯୁଦ୍ଧ ଦଳକୁ ସମ୍ବର୍ଧନା

Advertisment
ଓଡ଼ିଶା ମୁଷ୍ଟିଯୁଦ୍ଧ ଦଳକୁ ସମ୍ବର୍ଧନା

ଭୁବନେଶ୍ୱର: ହାଇଦ୍ରାବାଦରେ ସେପ୍ଟେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୨୯ତମ ଜାତୀୟ ଉପକନିଷ୍ଠ ବାଳକ ମୁୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ପଦକ ଜିତିଥିବା ଓଡ଼ିଶା ଖେଳାଳିଙ୍କୁ ସୋମବାର ଭୁବନେଶ୍ୱରରେ ଭବ୍ୟ ସ୍ୱାଗତ ସମ୍ବର୍ଧନା ମିଳିଛି। ବକ୍ସିଂ ଓଡ଼ିଶାର ଏହି ଖେଳାଳି ଗୋଟିଏ ସ୍ୱର୍ଣ୍ଣ ପଦକ ସହିତ ମୋଟ ୭ ପଦକ ଜିତିଥିଲେ। ପଦକ ବିଜେତାମାନଙ୍କୁ ଖୋର୍ଧା ଜିଲ୍ଲା ମୁଷ୍ଟିଯୁଦ୍ଧ ସମ୍ପାଦକ ରାଧାନାଥ ମହାପାତ୍ର, ବରିଷ୍ଠ କ୍ରୀଡ଼ା ପ୍ରଶାସକ ଅଶୋକ କୁମାର ମହାନ୍ତି, ବରିଷ୍ଠ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ଶିବ ଶଙ୍କର ଅଧିକାରୀ, ପୁରେନ୍ଦ୍ର ଗିରି, ଶାରଦା ପ୍ରସାଦ ରଥ, ପ୍ରଶାନ୍ତ କୁମାର ବିଶ୍ୱାଳ ପ୍ରମୁଖ ସ୍ୱାଗତ କରିଥିଲେ। ସୂଚନାଯୋଗ୍ୟ, ୧୫-୧୬ ବୟସ ବର୍ଗର ୫୪ରୁ ୫୭ କିଲୋଗ୍ରାମ ଓଜନ ବର୍ଗରେ ଅନୀଲ କୁମାର ଜେନା ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଜୀତେନ୍ଦ୍ର କୁମାର ମହାନ୍ତି (୧୪ ବର୍ଷ, ୪୦-୪୨ କିଲୋଗ୍ରାମ), ମହମ୍ମଦ ଟୁକନ୍‌ (୧୪ ବର୍ଷ, ୪୬-୪୮ କିଲୋଗ୍ରାମ), ଅନୀଲ କୁମାର ନାୟକ (୧୨ ବର୍ଷ, ୩୨-୩୪ କିଲୋଗ୍ରାମ), କିଶୋର କୁମାର ପ୍ରଧାନ (୧୪ ବର୍ଷ, ୫୪-୫୭ କିଲୋଗ୍ରାମ), ରାଜେଶ ମୁଣ୍ଡା (୧୩ ବର୍ଷ, ୩୬-୩୮ କିଲୋଗ୍ରାମ) ଏବଂ ସଂଜୀବ ନାୟକ (୧୨ ବର୍ଷ, ୩୬-୩୮ କିଲୋଗ୍ରାମ) କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe