ଓସାକା ବିଶ୍ବର ସର୍ବାଧିକ ଆୟକାରୀ ମହିଳା ଖେଳାଳି, ପୁରସ୍କାର ରାଶି ଓ ବିଜ୍ଞାପନରୁ ବାର୍ଷିକ ରୋଜଗାର ୨୮୭ କୋଟି

Advertisment
ଓସାକା ବିଶ୍ବର ସର୍ବାଧିକ ଆୟକାରୀ ମହିଳା ଖେଳାଳି, ପୁରସ୍କାର ରାଶି ଓ ବିଜ୍ଞାପନରୁ ବାର୍ଷିକ ରୋଜଗାର ୨୮୭ କୋଟି

SheThePeople

ଟୋକିଓ: ଜାପାନୀ ଟେନିସ୍ ତାରକା ନାଓମି ଓସାକା ଆମେରିକୀୟ କିଂବଦନ୍ତି ସେରେନା ୱିଲିୟମ୍ସଙ୍କୁ ପଛରେ ପକାଇ ବିଶ୍ବର ସର୍ବାଧିକ ଆୟକାରୀ ମହିଳା ଖେଳାଳି ‌ହେବାର ଗୌରବ ଅର୍ଜନ କରିଛନ୍ତି। ଗତବର୍ଷ ଓସାକା ପୁରସ୍କାର ରାଶି ତଥା ବିଜ୍ଞାପନ ଆୟ ବାବଦରେ ମୋଟ ୨୮୭ କୋଟି ଟଙ୍କା ରୋଜଗାର କରିଥିଲେ। ଯାହା ସେରେନାଙ୍କ ବାର୍ଷିକ ରୋଜଗାରଠାରୁ ପାଖାପାଖି ୧୧ କୋଟି ଟଙ୍କା ଅଧିକ ଥିଲା। ସର୍ବାଧିକ ଆୟକାରୀ ମହିଳା ଖେଳାଳି ତାଲିକାରେ ସେରେନା ଗତ ୪ ବର୍ଷ ହେବ ଶୀର୍ଷ ସ୍ଥାନ ଅଧିକାର କରି ଆସୁଥିଲେ। ତେବେ ୨୦୧୯ର ୧୨ ମାସ ସମୟ ମଧ୍ୟରେ ଦୁଇ ଥର ଗ୍ରାଣ୍ଡସ୍ଲାମ୍ ବିଜୟିନୀ ତଥା ୨୨ ବର୍ଷୀୟା ଓସାକା ତାଙ୍କୁ ପଛରେ ପକାଇ ଦେଇଛନ୍ତି।

ସେ‌ରେନାଙ୍କ ପୂର୍ବରୁ ରୁଷୀୟ ସୁନ୍ଦରୀ ମାରିଆ ସାରାପୋଭା ଏହି ତାଲିକାର ପ୍ରଥମ ସ୍ଥାନରେ ଥିଲେ। ୨୦୧୫ରେ ସାରାପୋଭାଙ୍କ ରୋଜଗାର ଥିଲା ପ୍ରାୟ ୨୨୬ କୋଟି ଟଙ୍କା। ଫୋର୍ବ ପତ୍ରିକା ପକ୍ଷରୁ ପ୍ରକାଶ କରାଯାଉଥିବା ଏହି ତାଲିକାରେ ୨୦୦୪ ମସିହାରୁ ଟେନିସ୍ ଖେଳାଳିମାନେ ଆଧିପତ୍ୟ ବିସ୍ତାର କରି ଆସୁଛନ୍ତି। ୨୦୦୪ରୁ ୨୦୧୫ ମଧ୍ୟରେ ସେରେନା ଓ ସାରାପୋଭା ହିଁ ଅଧିକାଂଶ ସମୟରେ ଏହି ନିଆରା ତାଲିକାର ପ୍ରଥମ ସ୍ଥାନ ଅଧିକାର କରି ଆସୁଥିଲେ। ୨୦୧୫ରୁ ୨୦୧୮ ମଧ୍ୟରେ ସେରେନା କ୍ରମଶଃ ଟେନିସରୁ ଦୂରେଇ ଦୂରେଇ ଯାଉଥିବା‌ ସାରାପୋଭାଙ୍କ ବହୁ ଆଗକୁ ଚାଲି ଯାଇଥିଲେ। ଓସାକା ୨୦୧୮ ୟୁଏସ୍ ଓପନ୍ ଫାଇନାଲରେ ସ‌େରେନାଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ଚର୍ଚାକୁ ଆସିଥିଲେ। ଏହା ପରେ ୨୦୧୯ରେ ସେ ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥିଲେ। ସେବେଠାରୁ କିନ୍ତୁ ସେ ଆଉ ଆଶାଜନକ ପ୍ରଦର୍ଶନ କରି ପାରିନାହାନ୍ତି। ଡବ୍ଲ୍ୟୁଟିଏ ମାନ୍ୟତାରେ ସେ ପ୍ରଥମ ସ୍ଥାନରୁ ଦଶମକୁ ଖସି ଯାଇଛନ୍ତି। ତଥାପି ସଂପ୍ରତି ତାଙ୍କ ପାଖରେ ନାଇକ୍, ନିସାନ ଓ ୟୋନେକ୍ସ ଭଳି ୧୫ ବଡ଼ ବଡ଼ କଂପାନିର ପ୍ରାୟୋଜନ ଚୁକ୍ତି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe