କୃଷ୍ଣକାୟଙ୍କ ଉପରେ ‌ହେଉଥିବା ଅତ୍ୟାଚାରକୁ ବିରୋଧ, ସେମିରୁ ଓହରିଲେ ଓସାକା

Advertisment
କୃଷ୍ଣକାୟଙ୍କ ଉପରେ ‌ହେଉଥିବା ଅତ୍ୟାଚାରକୁ ବିରୋଧ, ସେମିରୁ ଓହରିଲେ ଓସାକା

Hindustan Times

ନ୍ୟୁୟର୍କ: ଆମେରିକାର ୱିସ୍‌କନସିନ୍‌ରେ ରବିବାର ଜ୍ୟାକବ ବ୍ଲାକ୍‌ ନାମକ ଜଣେ କୃଷ୍ଣକାୟଙ୍କ ଉପରକୁ ହୋଇଥିବା ପୁଲିସ ଗୁଳିମାଡ଼ ଏବଂ ସାରା ବିଶ୍ବରେ କୃଷ୍ଣକାୟମାନେ ସମ୍ମୁଖୀନ ହେଉଥିବା ଭେଦଭାବକୁ ବିରୋଧ କରି ଜାପାନର ମହିଳା ଟେନିସ୍ ତାରକା ନାଓମି ଓସାକା ୱେଷ୍ଟର୍ନ ଓ ସଦର୍ନ ଓପନ୍ ‌ଟେନିସ୍ ପ୍ରତିଯୋଗିତାର ସେମିଫାଇନାଲ୍‌ରୁ ଓହରି ଯାଇଛନ୍ତି। ୨୨ ବର୍ଷୀୟା ଓସାକାଙ୍କ ପୂର୍ବରୁ ଆମେରିକାର ପ୍ରସିଦ୍ଧ ଏନ୍‌ବିଏ ବାସ୍କେଟବଲ୍ ଲିଗ୍ ଓ ମେଜର ଲିଗ୍ ବାସ୍କେଟବଲ୍ ଲିଗ୍ ମଧ୍ୟ ଏଭଳି ପ୍ରତିବାଦ କରିସାରିଛନ୍ତି। ଏପରିକି ଏହି ଘଟଣାକୁ ସମର୍ଥନ କରି ୱେଷ୍ଟର୍ନ ଓ ସଦର୍ନ ଓପନର ଆୟୋଜକମାନେ ମଧ୍ୟ ଗୁରୁବାର ଖେଳକୁ ବାତିଲ କରିଦେଇଥିଲେ। ତେବେ ଓସାକା

ନିଜ ନିଷ୍ପତ୍ତିର ପୁନର୍ବିଚାର କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ସେମିଫାଇନାଲ୍‌ରୁ ଓହରିବା ପରେ ଓସାକା କହିଥିଲେ ଯେ ମୁଁ ଖେଳାଳି ପୂର୍ବରୁ ଜଣେ କୃଷ୍ଣକାୟ ମହିଳା। ଜଣେ କୃଷ୍ଣକାୟ ମହିଳା ଭାବେ ମୁଁ କହିବି ଯେ ଖେଳ ଛଡ଼ା ବି ବିଶ୍ବରେ ଆହୁରି ଅନେକ ମହତ୍ବପୂର୍ଣ୍ଣ କଥା ଅଛି ଏବଂ ମୋତେ ଖେଳୁଥିବାର ଦେଖିବା ପରିବର୍ତ୍ତେ ଏହି ଦିଗରେ ତୁରନ୍ତ ଧ୍ୟାନ ଦିଆଯିବା ଉଚିତ। ଓସାକା କ୍ବାର୍ଟର ଫାଇନାଲରେ ଆନେଟ କଣ୍ଟାଭିଟଙ୍କୁ ୪-୬, ୬-୨, ୭-୫ ସେଟ୍‌ରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ। ‌ସେଠାରେ ସେ ବେଲଜିୟମର ଏଲିସ୍ ମର୍ଟେନ୍ସଙ୍କୁ ଭେଟିବାର ଥିଲା। ଏହା ପୂର୍ବରୁ ଆମେରିକାର ଅନ୍ୟତମ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡ୍ ପୁଲିସ୍ ବର୍ବରତାରେ ମୃତ୍ୟୁ ବରଣ କରିବା ପରେ ସମଗ୍ର ବିଶ୍ବରେ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe