ୱିମ୍ବଲଡନ୍‌ରୁ ଓହରିଲେ ଓସାକା

ୱିମ୍ବଲଡନ୍‌ରୁ ଓହରିଲେ ଓସାକା

ଲସ୍‌ ଏ‌ଞ୍ଜେଲ୍ସ : ସାମ୍ବାଦିକ ସମ୍ମିଳନୀ ବିବାଦ ଯୋଗୁଁ ଫ୍ରେଞ୍ଚ୍‌ ଓପନ୍‌ ଦ୍ବିତୀୟ ରାଉଣ୍ଡରୁ ଓହରି ଯାଇଥିବା ଜାପାନ ‌ମହିଳା ଟେନିସ ତାରକା ନାଓମି ଓସାକାଙ୍କୁ ମଧ୍ୟ ୱିମ୍ବଲଡନ୍‌ରେ ଦେଖିବାକୁ ମିଳିବନି। ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ୱିମ୍ବଲଡନ୍‌ ଓପନ୍‌ରୁ ୨୩ ବର୍ଷୀୟ ଓସାକା ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଗୁରୁବାର ତାଙ୍କ ଏଜେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ‘‘ଚଳିତ ବର୍ଷ ନାଓମି ୱିମ୍ବଲଡନ୍‌ରେ ଖେଳିବେନି, ତାଙ୍କ ପରିବାର ଓ ସାଙ୍ଗସାଥୀଙ୍କୁ ସମୟ ଦେବା ଲାଗି ସେ ଏପରି ନିଷ୍ପତ୍ତି ନେଇଛନ୍ତି। ହେଲେ ସେ ନିଜ ଘରୋଇ ପ୍ରଂଶସକ ସମ୍ମୁଖରେ ଅଲିମ୍ପିକ୍‌ରେ ଖେଳିବା ଲାଗି ଉତ୍ସାହିତ ଅଛନ୍ତି ଏବଂ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି’’ ବୋଲି ଓସାକାଙ୍କ ଏଜେଣ୍ଟ ଷ୍ଟୁଆର୍ଟ ଡୁ‌ଗୁଇଡ୍‌ ଜଣାଇଛନ୍ତ। ଓସାକା ଏ ପର୍ଯ୍ୟନ୍ତ ୪ ଗ୍ରାଣ୍ଡ ସ୍ଲାମ୍‌ ନିଜ ନାମରେ କରିସାରିଲେଣି। ଏଥିରେ ଦୁଇଟି ଲେଖାଏଁ ୟୁଏସ୍‌ ଓପନ୍‌ (୨୦୧୮, ୨୦୨୦) ଏବଂ ଅଷ୍ଟ୍ରେଲିଆନ୍‌ ଓପନ୍‌ (୨୦୧୯, ୨୦୨୧) ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe