‘ମାନସିକ ସ୍ତରରେ ପ୍ରସ୍ତୁତ ରହିଲେ ଖେଳାଳି ଭଲ ପ୍ରଦର୍ଶନ କରିପାରିବେ’

Advertisment

୨୦୨୪ ବର୍ଷ ପାଇଁ ଓସ୍‌ଜା ପକ୍ଷରୁ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ସଫଳ ଫୁଟବଲ କୋଚ୍‌ ମହମ୍ମଦ ସହିଦ ଜବାରଙ୍କୁ ଜୀବନବ୍ୟାପୀ ସେବା ଏବଂ ଓଡ଼ିଶା ସନ୍ତରଣର ସଫଳତମ ଖେଳାଳି ପ୍ରତ୍ୟାଶା ରାୟଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ କରାଯାଇଛି।

Updated On

୨୦୨୪ ବର୍ଷ ପାଇଁ ଓସ୍‌ଜା ପକ୍ଷରୁ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ସଫଳ ଫୁଟବଲ କୋଚ୍‌ ମହମ୍ମଦ ସହିଦ ଜବାରଙ୍କୁ ଜୀବନବ୍ୟାପୀ ସେବା ଏବଂ ଓଡ଼ିଶା ସନ୍ତରଣର ସଫଳତମ ଖେଳାଳି ପ୍ରତ୍ୟାଶା ରାୟଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ କରାଯାଇଛି।

ଅଦ୍ୟତନ ହୋଇଛି

ଭୁବନେଶ୍ବର: ଖେଳାଳିମାନଙ୍କୁ ସବୁବେଳେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାର ଅଛି। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପୂର୍ବରୁ ସେମାନେ ମାନସିକ ସ୍ତରରେ ପ୍ରସ୍ତୁତ ରହିଲେ ଭଲ ପ୍ରଦର୍ଶନ କରିପାରିବେ। ଅର୍ଜୁନ ପୁରସ୍କାର ବିଜେତା ତଥା ପୂର୍ବତନ ଆଥଲେଟ୍ ସିନିମୋଲେ ପାଓଲୋସ ଏହା କହିଛନ୍ତି। 

publive-image

ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ବାର୍ଷିକ କ୍ରୀଡ଼ା ପୁରସ୍କାର ସମାରୋହରେ ରବିବାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିନିମୋଲେ ପାଓଲୋସ କହିଛନ୍ତି, ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ଉଚ୍ଚକୋଟୀର ହୋଇପାରିଛି। ଓଡ଼ିଶା ବାହାରେ ଖେଳାଳିମାନଙ୍କର ପାଇଁ ଏତେ ସୁବିଧା ଓ ବ୍ୟବସ୍ଥା ହୋଇପାରି ନାହିଁ। ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ୧୯୯୮ ଓ ୨୦୨୫ ମଧ୍ୟରେ ଆକାଶ-ପାତାଳ ଭଳି ପାର୍ଥକ୍ୟ। ଯେତେବେଳେ ମୁଁ ଖେଳୁଥିଲି ସେହି ସମୟରେ ଆଜିର ଭଳି ସୁବିଧା ନଥିଲା। ଆଜିର ଖେଳାଳିଙ୍କ ପାଇଁ ଗୋଟିଏ ସ୍ଥାନରେ ବହୁ ସୁବିଧା ମିଳିପାରୁଛି। ଓଡ଼ିଶା ସହିତ ମୋର ପୁରୁଣା ସଂପର୍କ ରହିଛି। ଓଡ଼ିଶାରୁ ମୁଁ ବହୁତ କିଛି ଶିଖିଛି। କ୍ରୀଡ଼ା ସାମ୍ବାଦିକମାନେ ଖେଳାଳିମାନଙ୍କୁ ସମାଜରେ ପରିଚିତ କରାଇଥାନ୍ତି।

ଜଣେ ଭଲ ଖେଳାଳିଙ୍କୁ ସ୍କୁଲ ପରେ ସମୟ କ୍ରମେ ରାଜ୍ୟସ୍ତରରେ ଖେଳିବାକୁ ସୁଯୋଗ ମିଳିଥାଏ। ଏଥିରେ ଭଲ ପ୍ରଦର୍ଶନ କଲେ ପରବର୍ତ୍ତୀ ସମୟରେ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବାକୁ ‌ହୋଇଥାଏ। ଖବରକାଗଜରେ ନାମ ପ୍ରକାଶ ପାଇଲେ ଖେଳାଳିମାନେ ଅଧିକ ଉତ୍ସାହିତ ହୋଇଥାନ୍ତି। ୪ ବର୍ଷ ପରେ କ୍ରୀଡ଼ା ବିଭାଗରୁ ଅବସର ନେବି। କିନ୍ତୁ ଏହା ପରେ ଦ୍ବିତୀୟ ପାଳି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।

-ମହମ୍ମଦ ସହିଦ ଜବାର, ଫୁଟବଲ କୋଚ୍‌  

publive-image

’କଳିଙ୍ଗ ଷ୍ଟାଡିୟମ ଟେନିସ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ୨୦୨୪ ବର୍ଷ ପାଇଁ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ସଫଳ ଫୁଟବଲ କୋଚ ମହମ୍ମଦ ସହିଦ ଜବାରଙ୍କୁ ଜୀବନବ୍ୟାପୀ ସେବା (ଲାଇଫ୍ ଟାଇମ) ଏବଂ ଓଡ଼ିଶା ସନ୍ତରଣର ସଫଳତମ ଖେଳାଳି ପ୍ରତ୍ୟାଶା ରାୟଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବରେ ନଗଦ ୨୫ ହଜାର ଲେଖାଏଁ ଟଙ୍କା, ପ୍ରଶସ୍ତିପତ୍ର, ଉତ୍ତରୀୟ ଏବଂ ବିଶେଷ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଦୀପଙ୍କର ମହାପାତ୍ର (ସିଇଓ, ଏଚ୍‌ପିସିଓ), ଚେସ୍ ଗ୍ରାଣ୍ଡମାଷ୍ଟର ସ୍ବୟଂସ ମିଶ୍ର ଏବଂ ଭେଟେରାନ ହକି କୋଚ୍ ଅମୂଲ୍ୟ ନନ୍ଦ ବିହାରୀ  ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। 

publive-image

‘ରାଜ୍ୟରେ କ୍ରୀଡ଼ା ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି। ସେମିତି ଆମ କ୍ରୀଡ଼ାବିତମାନଙ୍କର ଯେମିତି କୌଣସି ଅସୁବିଧା ନହୁଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେଉଛନ୍ତି। ଆଗାମୀ ଜାତୀୟ କ୍ରୀଡ଼ାରେ ଆମ ରାଜ୍ୟ ଦଳ ପୂର୍ବ।ପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ମୋର ଆଶା ରହିଥିବା ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ।

କୋଚ୍ ଶ୍ରୀ ନନ୍ଦ କହିଥିଲେ, ‘କ୍ରୀଡ଼ାର ପ୍ରଚାର ପ୍ରସାର ଓ ବିକାଶରେ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଛି। ଓଡ଼ିଶା ହକି ଆଜି ଯେଉଠି ବି ପହିଞ୍ଚିଛି ଖେଳାଳିମାନେ ଯେତିକି ପରିଶ୍ରମ କରିଛନ୍ତି। ଖେଳାଳିମାନଙ୍କୁ ଉତ୍ସାହିତ କରିବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ନେଇଥାଏ।’ ସେହିପରି ଜିଏମ୍ ସ୍ବୟଂସ କହିଥିଲେ, କ୍ରୀଡ଼ା ସାମ୍ବାଦିକମାନେ କେବଳ କ୍ରୀଡ଼ାର ପ୍ରଚାର ପ୍ରସାର କରନ୍ତି ନାହିଁ । ବରଂ ଜଣେ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରନ୍ତି। ମୋ କ୍ଷେତ୍ରରେ ମଧ୍ୟ ଏହା ଘଟିଥିଲା। ସମସ୍ତ କ୍ରୀଡ଼ାବିତଙ୍କୁ ମୋର ପରାଶର୍ମ କଠିନ ପରିଶ୍ରମ କରନ୍ତୁ ସଫଳତା ନିଶ୍ଚିତ ମିଳିବ। 

ଓସ୍‌ଜା ସଭାପତି ସନ୍ଦୀପ ମିଶ୍ର କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ସୁରେଶ କୁମାର ସ୍ବାଇଁ ସଂଘର ଯାତ୍ରା ଓ ଆଗାମୀ ଲକ୍ଷ୍ୟ ସଂପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକାରୀ ସଭାପତି ସମ୍ବିତ ମହାପାତ୍ର ମଞ୍ଚ ପରିଚାଳନା ଏବଂ କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। 

ସୂଚନାଯୋଗ୍ୟ, ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ଓସ୍‌ଜା ୨୦୧୮ରୁ ବାର୍ଷିକ ପୁରସ୍କାର ପ୍ରଦାନ କରି ଆସୁଛି। ପ୍ରଥମ ବର୍ଷର ବିଜେତା ଥିଲେ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ ଓ ଫୁଟବଲର ଦେବ ସିଂହ। ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ବିଜେତା ବକ୍ସିଂ କୋଚ ବ୍ରଜଭୂଷଣ ମହାନ୍ତି। ୨୦୨୦ରେ ପାରା-ଆଥଲେଟ୍ ପ୍ରମୋଦ ଭଗତ ଓ ବିଶିଷ୍ଟ ଆଥଲେଟିକ୍ସ କୋଚ ପଞ୍ଚାନନ ଗନ୍ତାୟତ, ୨୦୨୧ରେ ଚେସ୍ ଗ୍ରାଣ୍ଡ ମାଷ୍ଟର ସ୍ବୟଂସ୍ ମିଶ୍ର ଓ ଆଥଲେଟିକ୍ସ କୋଚ ଅରୁଣ ଦାସ, ୨୦୨୨ ମସିହାରେ ବିଶିଷ୍ଟ ବାସ୍କେଟବଲ ଖେଳାଳି ଅରୂପାନନ୍ଦ ରାଉତରାୟ ଓ ହକି ଅଲିମ୍ପିଆନ୍ ବିରେନ୍ଦ୍ର ଲାକ୍ରା, ୨୦୨୩ମସିହାରେ ସାଇକ୍ଲିଷ୍ଟି ସ୍ବସ୍ତି ସିଂ ଓ ଓଡ଼ିଶାର ପ୍ରଥମ ଆନ୍ତର୍ଜତିକ ହକି ଖେଳାଳି ପିଟର ତିର୍କୀ ଓ ୨୦୨୪ରେ ଜାଭେଲିନ୍ ଷ୍ଟାର କିଶୋର କୁମାର ଜେନା ଏବଂ ଅର୍ଜୁନ ପୁରସ୍କାର ବିଜେତା ଭାରୋଉତ୍ତଳକ ବିଜୟ ଶତପଥିଙ୍କୁ ପ୍ରଦାନ କରାଯାଇଥିଲା ଓସ୍‌ଜା ବାର୍ଷିକ ପୁରସ୍କାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe