କୋହଲିଙ୍କ ଉପରେ ପ୍ରତିବନ୍ଧକ ଲାଗିବା ଉଚିତ୍: ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର୍

ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍ ସମୟରେ ସାମ କନଷ୍ଟାସଙ୍କ ସହ ପଡ଼ିଆରେ ଝଗଡ଼ା ପାଇଁ ବିରାଟ କୋହଲିଙ୍କ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି କହିଛନ୍ତି ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଷ୍ଟିଭ୍ ହାର୍ମିସନ୍।

tsteve

ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଉପରେ ବର୍ଷିଲେ ଇଂଲଣ୍ଡ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଷ୍ଟିଭ୍ ହାର୍ମିସନ୍। ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍ ସମୟରେ ସାମ କୋନଷ୍ଟାସଙ୍କ ସହ ପଡ଼ିଆରେ ଝଗଡ଼ା ପାଇଁ ବିରାଟ କୋହଲିଙ୍କ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି କହିଛନ୍ତି ଷ୍ଟିଭ୍।

ହାର୍ମିସନଙ୍କ କହିବା ମୁତାବକ, "ବିରାଟ ପଡ଼ିଆରେ ଏଭଳି କାହିଁକି କଲେ। ଏହା ଆଦୌ ଗ୍ରହଣୀୟ ନୁହେଁ। ବିରାଟ କୋହଲି ଯାହା କରିଥିଲେ ସେଥିପାଇଁ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ। ସମସ୍ତେ ଜାଣନ୍ତି ମୁଁ ବିରାଟ କୋହଲିଙ୍କୁ କେତେ ଭଲ ପାଏ ଏବଂ ସେ ଖେଳ ପାଇଁ କ'ଣ କରିଛନ୍ତି। କିନ୍ତୁ ସବୁ ଜିନିଷର ଏକ ସୀମା ଅଛି। କେହି ଏହାକୁ ଅତିକ୍ରମ କରିବା ଉଚିତ୍ ନୁହେଁ।"

ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆ ଇନିଂସର ଦଶମ ଏବଂ ଏକାଦଶ ଓଭର ମଧ୍ୟରେ ବିରତି ସମୟରେ ଯେତେବେଳେ କନଷ୍ଟାସ୍ ଏବଂ ଉସମାନ ଖ୍ବାଜା ପାର୍ଶ୍ବ ପରିବର୍ତ୍ତନ କରୁଥିଲେ, କୋହଲି କନଷ୍ଟାସ୍‌ଙ୍କ ଆଡକୁ ଯାଇଥିଲେ। କୋହଲିଙ୍କ  କାନ୍ଧ କନଷ୍ଟାସ୍‌ଙ୍କ କାନ୍ଧରେ ବାଜିଥିଲା। ସେହି ସମୟରେ ମନ୍ତବ୍ୟ ଦେଉଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ ମଧ୍ୟ ବିଶ୍ୱାସ କରୁଥିଲେ ଯେ, କୋହଲି ଏହା ଜାଣିଶୁଣି କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ଭାରତୀୟ ଖେଳାଳି ତଥା ପ୍ରଶିକ୍ଷକ ରବି ଶାସ୍ତ୍ରୀ କୋହଲିଙ୍କ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ଅନାବଶ୍ୟକ ବୋଲି କହିଥିଲେ। ଏହି ଘଟଣା ପରେ ଆଇସିସି କୋହଲିଙ୍କ ମ୍ୟାଚ୍ ଫି’ ର ୨୦ ପ୍ରତିଶତ କାଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe