ଦୁଷ୍ମର୍ମ ଅଭିଯୋଗ ମହଙ୍ଗା ପଡ଼ିଲା : ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ୍‌ ଟେନିସ୍‌ ଦଳରୁ ବାଦ ପଡ଼ିବେ ସୌମ୍ୟଜିତ୍‌

ଦୁଷ୍ମର୍ମ ଅଭିଯୋଗ ମହଙ୍ଗା ପଡ଼ିଲା : ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ୍‌ ଟେନିସ୍‌ ଦଳରୁ ବାଦ ପଡ଼ିବେ ସୌମ୍ୟଜିତ୍‌

Legend News

କୋଲକାତା: ପୂର୍ବତନ ଜାତୀୟ ଟେବୁଲ୍‌ ଟେନିସ୍‌ ଚାମ୍ପିୟନ୍‌ ତଥା ଅର୍ଜୁନ ପୁରସ୍କାର ବିଜେତା ସୌମ୍ୟଜିତ୍‌ ଘୋଷଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଟେବୁଲ୍‌ ଟେନିସ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡ଼ିଛି। ତାଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଳାଗି ଚୟନ ହୋଇଥିବା ଟେବୁଲ୍‌ ଟେନିସ୍‌ ଦଳରୁ ବାଦ୍‌ ଦିଆଯିବ। ବର୍ତ୍ତମାନ ଭାରତୀୟ ଦଳର ସଦସ୍ୟ ଭାବେ ଜର୍ମାନୀରେ ପ୍ରଶିକ୍ଷଣ ନେଉଛନ୍ତି ସୌମ୍ୟଜିତ୍‌। ଗୋଲ୍ଡ କୋଷ୍ଟରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ତାଙ୍କ ବଦଳରେ ସାନୀଲ ସେଟ୍ଟୀ ଭାରତୀୟ ଦଳ ଲାଗି ଖେଳିବେ ବୋଲି ଟେବୁଲ୍‌ ଟେନିସ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆର ସଂପାଦକ ଏମ୍‌.ପି. ସିଂହ କହିଛନ୍ତି।

ଉଲ୍ଲେଖଯୋଗ୍ୟ କି, ପଶ୍ଚିମବଙ୍ଗର ବରସାତ୍‌ଠାରେ ଜନୈକା ୧୮ ବର୍ଷୀୟା ଯୁବତୀ ଅର୍ଜୁନ ପୁରସ୍କାର ବିଜେତା ଟେବୁଲ୍‌ ଟେନିସ୍‌ ଖେଳାଳି ସୌମ୍ୟଜିତ୍‌ ଘୋଷଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ବିବାହ ବାହାନା ଦେଖାଇ ସୌମ୍ୟଜିତ୍‌ ତାଙ୍କ ସହ ବଳପୂର୍ବକ ଏପରି କରିଛନ୍ତି ବୋଲି ସେ କହିଛନ୍ତି। ହୋଇଥିବା ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଓ ପୀଡ଼ିତା ଗତ ୩ ବର୍ଷ ହେବ ପ୍ରେମ ସଂପର୍କରେ ଥିଲେ। ଆରମ୍ଭରୁ ସୌମ୍ୟଜିତ୍‌ ବିବାହ ପ୍ରସ୍ତାବ ଦେଇ ପରେ ଓହରି ଯାଇଥିଲେ ବୋଲି ଜାଣିବାକୁ ମିଳିଛି।

publive-image www.newsx.com

ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଘୋଷଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ଘୋଷ ଏବଂ ପୀଡ଼ିତା ପ୍ରଥମେ ସୋସିଆଲ୍‌ ମିଡିଆ ଜରିଆରେ ପରସ୍ପରଙ୍କୁ ଜାଣିଥିଲେ। ସେମାନଙ୍କ ଭିତରେ ଘନିଷ୍ଠତା ବଢ଼ିବା ପରେ ସେ ଦୁହେଁ ଯୁବତୀଙ୍କ ବାପାମାଆଙ୍କ ଅନୁପସ୍ଥିତରେ ତାଙ୍କ ଘରେ ପରସ୍ପରଙ୍କୁ ଭେଟୁଥିଲେ। ଅଭିଯୁକ୍ତଙ୍କ ଘର ସିଲିଗୁଡିିରେ ବୋଲି ଜାଣିବାକୁ ମିଳିଛି।

ସେମାନଙ୍କ ଘନିଷ୍ଠତା ବଢ଼ିବା ପରେ ଯୁବତୀ ଜଣକ ଅନ୍ତସତ୍ତ୍ୱା ବି ହୋଇଥିଲେ ବୋଲି ଜାଣିବାକୁ ମିଳିଛି। ପୀଡ଼ିତାଙ୍କ ଘର ଲୋକ ଜଣାଇଛନ୍ତି ଯେ ଏବେ ପୁଲିସ୍‌ ହିଁ ଫେରାର୍‌ ହୋଇଥିବା ଆସାମୀକୁ ଖୋଜି ସମସ୍ୟାର ସମାଧାନ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe